ଭାରତରେ ପ୍ରଚଣ୍ଡ

କାଠମାଣ୍ଡୁ, ୫ା୧: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ କମ୍ୟୁନିଷ୍ଟ ପାର୍ଟିର ବିିଦ୍ରୋହୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସୋମବାର ଭାରତ ଆସିଛନ୍ତି। ସ୍ତ୍ରୀ ସୀତା ଦହଲ ଓ ଦୁଇ ଝିଅଙ୍କ ସହ ପ୍ରଚଣ୍ଡ ମୁମ୍ବାଇରେ ପହଞ୍ଚିଛନ୍ତି । ପାର୍କିନସନ୍‌ ଭଳି ଲକ୍ଷଣ ଥିବା ବିରଳ ମସ୍ତିଷ୍କ ରୋଗରେ ସୀତା ଦହଲ ପୀଡ଼ିତ ଅଛନ୍ତି। ନେପାଳରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବାବେଳେ ପ୍ରଚଣ୍ଡଙ୍କ ଭାରତଗସ୍ତକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Share