କାଠମାଣ୍ଡୁ,୭।୩ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସେ ନିଜ ସରକାରଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏବେ ତାଙ୍କ ବିରୋଧରେ ନେପାଳର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ଏହା ଦାଖଲ ହୋଇଛି।
ଏହି ପିଟିଶନ ତାଙ୍କ ପୁରୁଣା ବକ୍ତବ୍ୟ ନେଇ ପଞ୍ଜୀକୃତ ହୋଇଛି। ଯେଉଁଥିରେ ପ୍ରଚଣ୍ଡ ସ୍ବୀକାର କରିଥିଲେ ଯେ ଦେଶରେ ଉଗ୍ରବାଦ ଯୋଗୁ ୫ ହଜାର ଲୋକ ପ୍ରାଣ ହରାଇଥିଲେ।