ରାଜନୀତିରେ ଦୁର୍ନୀତି ଭଳି ବଲିଉଡ୍‌ରେ ରହିଛି ନେପୋଟିଜିମ୍‌

ସ୍ବଗର୍ତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୋପୋଟିଜିମକୁ ନେଇ ଉଠିଥିଲା ବିବାଦ। ଏବେ ଏହି ନେପୋଟିଜିମ ଉପରେ ମତ ରଖିଛନ୍ତି ଉଭୟ ଟିଭି ତଥା ବଲିଉଡ୍‌ରେ ଦକ୍ଷତା ପ୍ରମାଣ କରିସାରିଥିବା ଆକ୍ଟ୍ରେସ ପ୍ରାଚି ଦେଶାଇ।

ଏହି ଅଭିନେତ୍ରୀ ଏକ ସାକ୍ଷାତ୍‌କାରରେ କହିଛନ୍ତି, ରାଜନୀତିରେ ଦୁର୍ନୀତି ଭଳି ବଲିଉଡ୍‌ରେ ରହିଛି ନେପୋଟିଜିମ। ଏହାକୁ ଅସ୍ବୀକାର କରି ହେବ ନାହିଁ। ବଲିଉଡ୍‌ ଇଣ୍ଡଷ୍ଟ୍ରି ସହ ଏହା ଅଙ୍ଗାଅଙ୍ଗି ଭାବେ ଜଡ଼ିତ। ବାହାରୁ ଆସିଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ଏଠାରେ ଗୁରୁତ୍ୱ ଦିଆଯାଏ ନାହିଁ। ପୂର୍ବରୁ ମଧ୍ୟ ପ୍ରାଚୀ ନେପୋଟିଜିମ ଉପରେ କମେଣ୍ଟ କରିଥିଲେ। ତେବେ ସିଲଭର ସ୍କ୍ରିନରୁ କିଛି ସମୟ ହେଲା ଦୂରରେ ଥିବା ପ୍ରାଚୀ ଏବେ ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଉଲ୍ଲେଖଥାଉ କି, ୨୦୦୬ରେ ‘କସମ ସେ’ ନାମକ ଟିଭି ସିରିଏଲ ଜରିଆରେ ଦର୍ଶକ ମନ ଜିଣିଥିଲେ ପ୍ରାଚୀ। ଏହାପରେ ତାଙ୍କୁ ବୋଲ ବଚ୍ଚନ, ଆଝାର, ଓ୍ବାନ୍ସ ଅପନ ଏ ଟାଇମ, ରକ୍‌ ଅନ୍‌ ୨ ଭଳି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।

Share