ବ୍ୟବହାରିକ ଭାଷା

ଦ୍ୱିତୀଚନ୍ଦ୍ର ସାହୁ

 

କିଛିଦିନ ପୂର୍ବେ ସୁନ୍ଦରଗଡ଼ ଜିଲାର ମାତୃଭାଷାର ସ୍ଥିତି ପରଖିବାର ସୁଯୋଗ ମିଳିଥିଲା। କେତେକ ଜନଜାତିର ଲୋକେ ନିଜ ମାତୃଭାଷାରେ ଆଉ କଥାବାର୍ତ୍ତା ହେଉନାହାନ୍ତି ସେଠି। ସେମାନେ ସାଦ୍ରୀ କିମ୍ବା ଓଡ଼ିଆ ଭାଷାକୁ ମୁଖ୍ୟ ବ୍ୟବହାରିକ ଭାଷା ଭାବେ ଆପଣେଇଛନ୍ତି। ଫଳରେ ବିଦ୍ୟାଳୟକୁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରମାନେ ନିଜର ମାତୃଭାଷା ଆଦୌ ଜାଣନ୍ତି ନାହିଁି। ଏମିତିକି ସେମାନେ ନିଜ ମାତୃଭାଷାରେ ବି କହିପାରୁ ନାହାନ୍ତି। କେବଳ ସଂଯୋଗୀ ଭାଷା ବ୍ୟବହାରର ମାଧ୍ୟମ ହୋଇଛି। ଏଥିନେଇ ସେହି ଗୋଷ୍ଠୀର ଅଭିଭାବକଙ୍କ ସହ କଥା ହେଲି। ସେମାନଙ୍କ ବିଚାର ଅଦ୍ଭୁତ। ପିଲା ବିଦ୍ୟାଳୟକୁ ଆସି ଓଡ଼ିଆ, ଇଂଲିଶ ଓ ହିନ୍ଦୀ ଭାଷା ଯଦି ଶିଖିବେ ନାହିଁ, ଖାଲି ଆମ ଆଦିବାସୀ ଭାଷା ହିଁ ଶିଖିଲେ ପିଲା ମୂର୍ଖ ହେବନି କି ଆଜ୍ଞା ବୋଲି ଓଲଟା ପ୍ରଶ୍ନ କଲେ। ଏକଥାରୁ ପ୍ରତିଭାତ ହେଲା ଯେ ଅଭିଭାବକମାନେ ନିଜର ମାତୃଭାଷା ଜାଣି ନାହାନ୍ତି। ଅଭିଭାବକମାନେ ନିଜ ମାତୃଭାଷା କହିବା ଓ ବୁଝିବା ଜାଣନ୍ତି ନାହିଁ। ଏଭଳି ସ୍ତରରେ ଆଜିକା ବିଦ୍ୟାଳୟରେ ପଢୁଥିବା କିମ୍ବା ବିଦ୍ୟାଳୟକୁ ପ୍ରସ୍ତୁତ ହେଉଥିବା ପିଲା ପାଇଁ ମାତୃଭାଷା ଅଲଗା ହୋଇଯାଇଛି। ନିଜ ଭାଷାଠାରୁ ଅନ୍ୟ ଭାଷାକୁ ଅଧିକ ଉନ୍ନତ ଓ ଭଲ ବୋଲି ନିଜ ନିଜ ସ୍ତରରେ ବିଚାର କରି ନେଇଥିବାରୁ ସାମ୍ପ୍ରତିକ ସ୍ଥିତି ଜଟିଳ। ଏଇ ଅଦ୍ଭୁତ ଖିଆଲ ହେତୁ ଅନେକ ମାତୃଭାଷାର ସ୍ଥିତି ଏବେ ଗମ୍ଭୀର।
ବହୁ ଜନଜାତି ଲୋକଙ୍କ ଏକ ପ୍ରତ୍ୟୟ ସୃଷ୍ଟି ହେଉଛି ଯେ ଜନଜାତି ଭାଷା ଜାଣି ପିଲାଏ ଭବିଷ୍ୟତରେ କିଛି କରିପାରିବେନି। ଏଇ ମାନସିକତା ହେତୁ ପରବର୍ତ୍ତୀ ପିଢ଼ି ପାଇଁ ନିଜ ନିଜ ମାତୃଭାଷା ଅଲଗା ହୋଇପଡୁଛି।
ଏଇ ସଂକଟ କେବଳ ଜନଜାତି ଗୋଷ୍ଠୀ ପାଇଁ ସୀମିତ ନୁହେଁ। ଊଣା ଅଧିକେ ଓଡ଼ିଆ ଭାଷା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ଭାଷାକୁ ଯେତେବେଳେ ସେଇ ସେଇ ଗୋଷ୍ଠୀର ଲୋକେ ବ୍ୟବହାର ନ କରି ଅନ୍ୟ ଭାଷାକୁ ଆପଣେଇ ନିଅନ୍ତି ସେତେବେଳେ ମାତୃଭାଷାର ସଂକଟ ଦେଖାଦିଏ। ଆଧୁନିକତାର ପ୍ରଭାବ ହେଉ କିମ୍ବା ଅନ୍ୟ ଭାଷା ପ୍ରୀତି ଯୋଗୁ ହେଉ ଓଡ଼ିିଶାରେ ଜୁଆଙ୍ଗ, କିଷାନ, ପାରେଙ୍ଗା, ଗାଦବା, ଡିଡାୟୀ, ଭୂୟାଁ, ଜାତାପୁ ସମେତ ଆଉ କିଛି ଭାଷା ସଂକଟଜନକ ସ୍ଥିତିରେ।
ମୋବାଇଲର ବହୁଳ ବ୍ୟବହାର ଓ ସାମାଜିକ ଗଣମାଧ୍ୟମର ପ୍ରଭାବରେ ଭାଷାର ପରିବର୍ତ୍ତନ ଘଟୁଛି।
ଭାଷାର ସଂକ୍ଷେପଣ ହେଉଛି। ବ୍ୟବହାରିକ ଭାଷାର ଦ୍ରୁତ ବିକାଶ ହେଉଛି। ବ୍ୟବହାରିକ ଭାଷା ଓ ବାସ୍ତବ ଭାଷା ମଧ୍ୟରେ ବିରାଟ ତଫାତ୍‌ ସୃଷ୍ଟି ହୋଇଛି। ଔପଚାରିକ ଭାଷା- ଅନୌପଚାରିକ ଭାଷା ମଧ୍ୟରେ କ୍ରମଶଃ ବଢି ଚାଲିଥିବା ଶୂନ୍ୟତା ମାତୃଭାଷା ସଂକଟର ଆଉ ଏକ ଦିଗ। ମାତୃଭାଷାରେ ନିଜର ଭାବକୁ କହିବା ଯେତେ କଷ୍ଟ ହେଉଛି ତାକୁ ଭାଷାର ସଂକ୍ଷେପଣ ଜରିଆରେ ଅନ୍ୟ ଭାଷାର ଶବ୍ଦକୁ ଯୋଡ଼ି ପ୍ରକାଶ କରିବା ଏବେ ଅତି ସହଜ ଲାଗୁଛି। ଭାଷା ବ୍ୟବହାରରେ ଏଇ ସହଜପଣ ମାତୃଭାଷା ପ୍ରତି ବିପର୍ଯ୍ୟୟ ଆଣୁଛି। ଏବେ ମାତୃଭାଷା ଶିକ୍ଷା ଉପରେ ଜାତୀୟ ଶିକ୍ଷାନୀତି ଗୁରୁତ୍ୱ ଦେଇଛି। ନୂଆ ଶିକ୍ଷାନୀତିକୁ ନେଇ ରାଜ୍ୟସ୍ତରରେ ଢାଞ୍ଚାଗତ ପରିବର୍ତ୍ତନ ହେବାକୁ ପ୍ରସ୍ତୁତି ଚାଲିଛି। ଶ୍ରେଣୀ କକ୍ଷରେ ମାତୃଭାଷାଭିତ୍ତିକ ଶିକ୍ଷାଦାନ ଉପରେ ବି ଗୁରୁତ୍ୱାରୋପ କରାଯାଉଛି। ଖୁବ୍‌ଶୀଘ୍ର ନୂତନ ଜାତୀୟ ଶିକ୍ଷାନୀତି ବି ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇଯିବ। ମାତୃଭାଷାଭିତ୍ତିକ ଶିକ୍ଷାଦାନ ଲାଗି ଓଡ଼ିଆ ଭାଷାରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକୁ ୨୧ ଗୋଟି ଜନଜାତି ଭାଷାରେ ରୂପାନ୍ତର ହେଉଛି । ଏତେସବୁ ପ୍ରସ୍ତୁତି ଆମ ଶିକ୍ଷାର ବିକାଶ ଲାଗି ଠିକ୍‌ ପଦକ୍ଷେପ ହୋଇପାରେ। ଏଭଳି କିଛି ମାତୃଭାଷାଭିତ୍ତିକ ଅତିରିକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ମଶାଳାରେ ଯୋଗଦାନବେଳେ ଅନେକ ବ୍ୟତିକ୍ରମକୁ ଚିହ୍ନଟ କରିପାରିଛି ଏ ଲେଖକ। ନିଜ ନିଜ ମାତୃଭାଷାରେ ପୋଖତ ଜନଜାତିର ବ୍ୟକ୍ତିଗଣ ପୁସ୍ତକ ପ୍ରସ୍ତୁତିବେଳେ ଅନେକ ଶବ୍ଦ ନିକଟରେ ଝୁଣ୍ଟୁଥିଲେ। ବହୁ ଶବ୍ଦର ନିଜ ମାତୃଭାଷାରେ ଆକ୍ଷରିକ ଶବ୍ଦ ପାଇପାରୁ ନ ଥିଲେ। ସେଇସ୍ଥଳରେ ବ୍ୟବହାରିକ ଶବ୍ଦ ପ୍ରୟୋଗ କରାଯିବାକୁ ବାଧ୍ୟ ହେଉଥିଲେ। କର୍ମଶାଳା ସହ ଜଡିତ ଅନେକ ଜନଜାତିର ଭାଷା ବିଶାରଦଙ୍କ ମତ ଓ ମନ୍ତବ୍ୟ ହେଲା – ‘ଆଜ୍ଞା! ଆମ ଭାଷାର ଶବ୍ଦ ଖୋଜିବା ଆମକୁ ହିଁ କଷ୍ଟ ହେଉଛି । ମୋବାଇଲ ହୋଇଯିବାରୁ ଏସବୁ ଭାଷା ଆମ ପିଲା ମଧ୍ୟ ଆଉ ଜାଣୁ ନାହାନ୍ତି। ଆମ ଭାଷା ଧୀରେ ଧୀରେ ଲୋକ କହୁ ନାହାନ୍ତି ।’
ଓଡ଼ିଶାରେ ୬୨ ପ୍ରକାର ଜନଜାତି ଗୋଷ୍ଠୀ ବ୍ୟବହାର କରୁଥିବା ୨୧ପ୍ରକାର ଭାଷାରେ ପୁସ୍ତକ ପ୍ରସ୍ତୁତି ଓ ପରବର୍ତ୍ତୀ ଶିକ୍ଷକ ତାଲିମ ଦେଲେ ଯେ ମାତୃଭାଷାଭିତ୍ତିକ ଶିକ୍ଷାଦାନରେ ସଫଳତା ଆସିବ ଏଇ ଆଶା ହୁଏତ ବୃଥା ପ୍ରମାଣିତ ହୋଇପାରେ। କାରଣ ଅଦ୍ୟାବଧି ପିଲାର ବ୍ୟବହାରିକ ଭାଷା ପ୍ରତି ଆମେ ନୀରବ ରହିଆସିଛୁ । ଆଜିର ଭାଷା ହେଉଛି ବ୍ୟବହାରିକ ଭାଷା। ମାତୃଭାଷା ସହ ଅନେକ ଭାଷାର ସମାହାରରେ ବ୍ୟବହୃତ ଓ ପରିବର୍ତ୍ତିତ ହୋଇଛି। ନିଜ ମାତୃଭାଷା ବ୍ୟତିରେକ ପିଲା ବ୍ୟବହାର କରୁଥିବା ବ୍ୟବହାରିକ ଭାଷା ଆକଳନ କରିବା ସହ ସେହିକ୍ରମରେ ଶିକ୍ଷାଦାନ ବ୍ୟବସ୍ଥା ପିଲା ପାଇଁ ଶିକ୍ଷା ଆହରଣ ଅଧିକ ସହଜ ହେବ। ବିଦ୍ୟାଳୟକୁ ପ୍ରବେଶ ପୂର୍ବରୁ ଯେଉଁ ବ୍ୟବହାରିକ ଭାଷା ସହିତ ପିଲାଟି ପରିଚିତ ତାକୁ ଛାଡି ଯଦି ମାତୃଭାଷାକୁ ଆଧାର କରି ଶିକ୍ଷାଦାନର ବ୍ୟବସ୍ଥା ଆରମ୍ଭ ହେବ ଆମ ଶିକ୍ଷା ବ୍ୟବସ୍ଥା ପୁଣି ପିଲା ପାଇଁ ସେଇ ସେଇ ଅଡୁଆ ସୂତାର ଖିଅ ଭଳି ହୋଇପାରେ।
ଯେଉଁ ଯେଉଁ ମାତୃଭାଷା ସଂକଟଜନକ ସ୍ଥିତିରେ ପହଞ୍ଚତ୍ଛି, ସେଠି ସେଇ ସେଇ ମାତୃଭାଷାରେ ପୁସ୍ତକ ପ୍ରସ୍ତୁତି କରି ପିଲାଙ୍କୁ ଶିକ୍ଷାଦାନର ବ୍ୟବସ୍ଥା ପିଲାଟି ପାଇଁ ନିଜ ମାତୃଭାଷା ବି ବୈଦେଶିକ ଭାଷା ଭଳି କଷ୍ଟକର ମନେହେବ । ମାତୃଭାଷାଭିତ୍ତିକ ଶିକ୍ଷାଦାନ ପରିକଳ୍ପନା ଖୁବ୍‌ ସୁଖଦ କଥା । କିନ୍ତୁ ବ୍ୟବହାରିକ ଭାଷାରେ ବହୁଳ ବ୍ୟବହୃତ ଶବ୍ଦପୁଞ୍ଜକୁ ଅକୁଣ୍ଠ ଚିତ୍ତରେ ସାମିଲ କରି ମାତୃଭାଷାକୁ ପରିପୁଷ୍ଟ କଲେ ଏହା ସମୃଦ୍ଧ ହୋଇପାରିବ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ -୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri