ଚାନ୍ଦିପୁରରୁ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌,୩୦।୯: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି। ଭାରତ ଏବଂ ରୁଷିଆ ମିଳିତ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ କ୍ରୁଜ୍‌ ମିଶାଇଲ୍‌ ‘ବ୍ରହ୍ମୋସ’ ବୁଧବାର ସକାଳ ୧୦.୨୭ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ପରୀକ୍ଷଣ କରାଯାଇଛି। ୪୫୦ରୁ ୬୦୦ କିମି ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷଭେଦ କରିବାର କ୍ଷମତା ରଖିଛି ଏହି ମିଶାଇଲ୍‌। ଉଭୟ ଜଳ ଏବଂ ସ୍ଥଳ ଭାଗରୁ ଏହାକୁ ନିକ୍ଷେପ କରାଯାଇ ପାରିବ ବୋଲି ଜଣାପଡିଛି।

Share