କଳାହାଣ୍ଡିରେ ବିଜେଡି ଛାଡିଲେ ପ୍ରଦୀପ ଦାସ, ନବୀନଙ୍କୁ ଲେଖିଲେ ଚିଠି

ଭବାନୀପାଟଣା,୨୩।୯( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ନେତା ପ୍ରଦୀପ ଦାସ ମଙ୍ଗଳବାର ବିଜେଡି ଛାଡିଛନ୍ତି। ଏ ନେଇ ତାଙ୍କ ଇସ୍ତଫା ପତ୍ରକୁ ଜିଲା ସଭାପତି ଜରିଆରେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରେରଣ କରିଛନ୍ତି ।

ଗତ ୧୫ବର୍ଷ ହେବ ସେ ବିଜେଡି ସହିତ ଜଡିତ ଥିଲେ। ୨୦୦୮ ମସିହାରେ ପ୍ରଦୀପ ରାଜନିତୀରେ ପାଦ ଦେଇ ଭବାନୀପାଟଣା ମ୍ୟୁନସିପାଲଟି ୬ନଂ ୱାର୍ଡରେ କାଉନସିଲର (ସ୍ବାଧୀନ) ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଉକ୍ତ ବର୍ଷ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ସୁଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିଲେ।

ମୁଖ୍ୟତଃ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ (ସ୍ବେଚ୍ଛାକୃତ ରକ୍ତ ସଂଗ୍ରହ) କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟଗୁଡିକରେ ତାଙ୍କ ଭୂମିକା ଅଧିକ ରହିଥିଲା। ଗତ ୧୫ବର୍ଷ ଧରି ସେ ନିଷ୍ଠାର ସହିତ ସକ୍ରିୟ ଭାବେ ବିଜେଡିରେ କାର୍ଯ୍ୟକରୁଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କୁ କୌଣସି ସାଙ୍ଗଠାନିକ ପଦ ପଦବୀରେ ଦାୟିତ୍ବ ଦିଆଯାଇନଥିଲା। ଫଳରେ ସେ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ଛାଡିଥିବା ପ୍ରକାଶ କରିଛନ୍ତି।