ପ୍ରଥମ ବିଜୟରେ ପ୍ରଦୀପ ମନ୍ତ୍ରୀ

ଯାଜପୁର,୧୩ା୬(ହର୍ଷବର୍ଦ୍ଧନ ବେହେରା)ମୋହନ ମାଝିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ(ଟୁଟୁ)ା ସେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ପାହ୍ୟା) ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ଉକ୍ତ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଶରତ ରାଉତ, ପ୍ରଫୁଲ୍ଲ ଘଡ଼େଇ ଓ ପ୍ରୀତିରଞ୍ଜନ ଘଡ଼େଇ ମନ୍ତ୍ରୀପଦ ପାଇଥିଲେ। ପ୍ରଦୀପ ପ୍ରଥମ ବିଜୟରେ ମନ୍ତ୍ରୀପଦ ପାଇଥିବାରୁ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି।
ବଳସାମନ୍ତ ୯୦ ଦଶକରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ପ୍ରଫୁଲ୍ଲ ଘଡ଼େଇଙ୍କ ସହ ମିଶି କାମ କରିଥିଲେ। ୨୦୧୪ରେ ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ଭାବେ ଲଢ଼ି ସେ ପ୍ରାୟ ୧୮,୦୦୦ ଭୋଟ ପାଇଥିଲେ। ଏହାପରେ ୨୦୧୮ରେ ଭାଜପାରେ ଯୋଗଦେଇ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ସେଥିରେ ସେ ପ୍ରାୟ ୧୬ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ। କିନ୍ତୁ ଏଥର ସମୀକରଣ ବଦଳିଥିଲା। ଟୁଟୁ ୯,୫୭୭ ଭୋଟ ବ୍ୟବଧାନରେ ବିଜେଡିର ପ୍ରୀତିରଞ୍ଜନଙ୍କୁ ପରାଜିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତଳେ ବସି ରହିଛି ମୃତଦେହ, ବେକରେ ଲାଗିଛି ରଶି; ହତ୍ୟା ଅଭିଯୋଗ ଆଣିଲେ ପରିବାର

ନୀଳଗିରି,୩୧।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ ହସ୍ପିଟାଲ ନିକଟସ୍ଥ ତିନିକୋଶିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ...

ଦଣ୍ଡନାଚରେ ଅଘଟଣ: ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ବାପାପୁଅ

ବ୍ରହ୍ମପୁର,୩୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଦିନକୁ ଦିନ ଗଞ୍ଜାମ ଜିଲା ଅଶାନ୍ତ ହେବାରେ ଲାଗିଛି। ୪୮ ଘଣ୍ଟା ମଧ୍ୟରେ ଜିଲାରେ ତିନୋଟି ମୁଣ୍ଡ ଗଡିଛି। ଗତ ଶୁକ୍ରବାର...

ପରିତ୍ୟକ୍ତ ଅବସ୍ଥାରେ ସିମନବାଡ଼ି ଯାତ୍ରୀ ବିଶ୍ରାମାଗାର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ; ରୂପାନ୍ତର ଲାଗି ଉଠୁଛି ଦାବି

ଦାରିଙ୍ଗବାଡି, ୩୧। (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ମୁଖ୍ୟ ବଜାର ଭାବେ ପରିଚିତ ସିମନବାଡି ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଏବେ ପରିତ୍ୟକ୍ତ...

କେନ୍ଦୁଝର ମାଟିର ପୁଅ ଶହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କେନ୍ଦୁଝର,୩୧।୩: କେନ୍ଦୁଝରର ଶହୀଦ ଯବାନ ରାଜକିଶୋର ମୁଣ୍ତାଙ୍କ ମରଶରୀର ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ...

ସରିଲା ରେଲଓ୍ବେ ଟ୍ରାକ୍‌ ମରାମତି କାମ, ଖୁବ୍‌ଶୀଘ୍ର ଚାଲିବ ଟ୍ରେନ୍‌

ଚୌଦ୍ୱାର,୩୧।୩:କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ସୋମବାର ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସକାଳ ୭.୧୫ ସୁଦ୍ଧାରେଲଓ୍ବେ ଟ୍ରାକ୍‌ ମରାମତି...

ହାଇଓ୍ବାକୁ ପିଟିଲା ଟ୍ରଲର୍‌; ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଆନନ୍ଦପୁର,୩୧।୩(ସୁଶାନ୍ତ କୁମାର ସାହୁ ): ଜାତୀୟ ରାଜପଥ ୨୦ ନମ୍ବର ଘସିପୁରା ଥାନା ଶୈଲଙ୍ଗ ବିଜି ମୋଟର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସୋମବାର ଭୋର...

ସରିଆସୁଛି ବଜେଟ ଅଧିବେଶନ: ଆଲୋଚନାରେ ବିଜେଡି, ଭାଜପା; ବାହାରେ କଂଗ୍ରେସ

ଭୁବନେଶ୍ୱର,୩୧।୩(ରବିନାରାୟଣ ଜେନା): ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଶେଷ ହେବାକୁ ଆଉ ୪ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରେ ୨ଟି ଅଫିସିଆଲ ବିଜ୍‌ନେସ୍‌ ରହିଥିବାବେଳେ...

ବାପା ଜୟନାରାୟଣଙ୍କୁ ଅନୁସରଣ କଲେ ଶୁଭଶ୍ରୀ,ବନ୍ଦେ ଉତ୍କଳ ଜନନୀ ଗାନବେଳେ ବସି ରହିଲେ

ସମ୍ବଲପୁର,୩୧ା୩(ଭବାନୀ ଶଙ୍କର ଭୋଇ): ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ଅନୁଷ୍ଠିତ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image