ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ରାଜ୍ୟର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇଏସ୍‌ ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ। ମାର୍ଚ୍ଚ ୧ରୁ ବିଧିବଦ୍ଧ ଭାବରେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

୧୯୮୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପ୍ରଦୀପ ଜେନା ବର୍ତ୍ତମାନ ସ୍ବତନ୍ତ୍ର ରିଲିଫ୍‌ କମିଶନ ଏବଂ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ଫେବୃୟାରୀ ୨୮ରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅବସର ନେବା ପରେ ପ୍ରଦୀପ ମାର୍ଚ୍ଚ ୧ରୁ ଏହି ଦାୟିତ୍ୱ ଗ୍ରହଣ କରିବେ।

ଅନ୍ୟପକ୍ଷରେ ପ୍ରଦୀପଙ୍କ ପଦୋନ୍ନତି ପରେ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଦାୟିତ୍ୱ ଦିଆଯାଇଛି। ସେ ଜଳସମ୍ପଦ ସଚିବ ସହ ଉନ୍ନୟନ କମିଶନର ଦାୟିତ୍ୱ ତୁଲାଇବେ।

Share