ଶନିବାର ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର, ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ: ଏସ୍‌ଆର୍‌ସି

ଭୁବନେଶ୍ୱର,୬।୫(ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇନାହିଁ। ଏହା ଏବେ ଲଘୁଚାପରେ ପରିଣତ ହୋଇଥିବା ବେଳେ ବଙ୍ଗୋପସାଗର ଆଡ଼କୁ ମୁହାଁଇଛି, ଯାହା ଶନିବାର ସୁଦ୍ଧା ଅବପାତର ରୂପ ନେବା ପରେ ହିଁ ବାତ୍ୟା ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଖବରଦାତା ସମ୍ମିଳନୀରେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏଭଳି ସୂଚନା ଦେବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ ପୁଣିଥରେ ନିବେଦନ କରିଛନ୍ତି ।

ଏସଆରସି କହିଛନ୍ତି, ଆଇଏମଡିର ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ଲଘୁଚାପ ଅଧିକ ଅବପାତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଲେ ତାହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓ ସମୁଦ୍ର ଉପକୂଳ ଆ ଗତି କରିବ । କିନ୍ତୁ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବଙ୍ଗୋପସାଗରରେ ଉପକୂଳଠୁ ୨୫୦-୩୦୦କିମି ଦୂରରେ ରହିବ। ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ ତେବେ ତା’ର ଗତିପଥ, ପ୍ରଭାବ ଓ ତୀବ୍ରତା କ’ଣ ହେବ ତାହା କେବଳ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ । ଏବେ ଯେହେତୁ ଏହା ଅବପାତର ରୂପ ନେଇ ନ ଥିବାରୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ଆକଳନ କରିବା କଷ୍ଟକର । ତେବେ ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ୪ଟି ଜିଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଆସନ୍ତା ୮ତାରିଖରୁ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପବନ କେତେ ବହିବ ସେ ନେଇ କୌଣସି ତଥ୍ୟ ଆଇଏମଡି ପକ୍ଷରୁ ମିଳନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଶନିବାର ଆଇଏମ୍‌ଡି ପକ୍ଷରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏନ୍‌ଡିଆରଏଫ୍‌, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମକୁ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ମୁତୟନ କରାଯିବ। ୮ତାରିଖ ସକାଳ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ଚାଷୀଙ୍କ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପରାମର୍ଶନାମା ଜାରି କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଜରାଶ୍ରମ, ଅନଥାଶ୍ରମ ଓ ମାନସିକ ବିକୃତ ରହୁଥିବା ସ୍ଥାନଗୁଡ଼ିକୁ ପରିଦର୍ଶନ କରି ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ସ୍ଥାନାନ୍ତର କରିବାକୁ ସାମାଜିକ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର କୌଣସି ସ୍ଥାନରେ ଶୁଖିଲା ଖାଦ୍ୟର ଅଭାବ ନାହିଁ । ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ ଗଚ୍ଛିତ ଥିବା ନେଇ ଜିଲାପାଳମାନେ ରିପୋର୍ଟ ଦେଇଛନ୍ତି । ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ମଧ୍ୟ ଜିଲାପାଳମାନେ ପଦକ୍ଷେପ ନେଉଛନ୍ତି। ହେଲେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା...

TVS ଆଣିଲା ସୁଲଭ ସ୍ପୋଟ୍ସ ବାଇକ୍‌, ଫଚ୍ୟୁନରଠାରୁ ଅଧିକ ରହିଛି ସ୍ପିଡ୍‌

ନୂଆଦିଲ୍ଲୀ,୧୮।୪: ଟିଭିଏସ୍‌ ମୋଟର କମ୍ପାନୀ ଅପଡେଟେଡ୍‌ ୨୦୨୫ ଆପାଚି ଆର୍‌ଆର୍‌ ୩୧୦ ଲଞ୍ଚ କରିଛି। ଟିଭିଏସ୍‌ ମୋଟରର ଏହି ବାଇକର ଅନେକ ବୈଶିଷ୍ଟ୍ୟ ରହିଛି। ଏହା...

‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’

କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୟୁରୋପର ୪୪ ଦେଶରେ ମୁସଲମାନ ଶାସନ!

ନୂଆଦିଲ୍ଲୀ,୧୮।୪: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୪୩ ସୁଦ୍ଧା ମୁସଲିମ ସମ୍ପ୍ରଦାୟ ୟୁରୋପରେ ମହାନ ରାଜନୈତିକ ଶକ୍ତି ହାସଲ କରିବେ। ୨୦୨୫ରୁ ୟୁରୋପରେ ଏକ ବଡ଼...

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

ଦିଗପହଣ୍ଡିରେ ରାମଚରିତ ମାନସ ପାରାୟଣ ଶୁଭାରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସିଂହଦାର ସମ୍ମୁଖରେ ଶୁକ୍ରବାର ସାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ...

BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image