ଭୁବନେଶ୍ୱର,୫।୧୧(ବ୍ୟୁରୋ): ନବରଙ୍ଗପୁରର ପୂର୍ବତନ କଂଗ୍ରେସ ଏମ୍ପି ପ୍ରଦୀପ ମାଝି ଶନିବାର ବିଜେଡିରେ ଯୋଗ ଦେବେ। ନବରଙ୍ଗପୁରରେ ଆସନ୍ତାକାଲି ପ୍ରଦୀପ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେବେ । କିଛି ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ବି ଏହି ଅବସରରେ ବିଜେଡିରେ ସାମିଲ ହେବା ନେଇ ଯୋଜନା ରହିଛି ।
ତେବେ ଏହି ମିଶ୍ରଶ ପ୍ରକ୍ରିୟା ଭର୍ଚୁଆଲ ମାଧ୍ୟମରେ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବେ। ଏବଂ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।
ପ୍ରଦୀପ ମାଝି ଗତମାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବିଜେଡିରେ ଯୋଗ ଦେବା ନେଇ ସେ ଆନୁଷ୍ଠାନିକ ଭାବେ ଘୋଷଣା ମଧ୍ୟ କରିଥିଲେ । ଦକ୍ଷିଣାଞ୍ଚଳର ବିକାଶ ଲାଗି କଂଗ୍ରେସରୁ ଇସ୍ତଫା ଦେଇଥିବା ସେ କହିଥିଲେ । ସେହିପରି ତାଙ୍କ ସହ କଂଗ୍ରେସର କିଛି ବରିଷ୍ଠ ବିିଧାୟକ ବି ଦଳ ଛାଡ଼ିଥିଲେ ।