ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଲେ ଭାଜପା ସଭାପତି ମନମୋହନ ସାମଲ, ଦେଲେ ବଡ଼ ସଙ୍କେତ

ଭୁବନେଶ୍ୱର,୧୪ା୨: ଗୋପାଳପୁର ବିଧାୟକ ତଥା ବିଜେଡିର ପୂର୍ବତ୍ତନ ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି ଭାଜପା ସଭାପତି ମନମୋହନ ସାମଲ। ବୁଧବାର ପ୍ରଦୀପଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ଭେଟିଥିଲେ। କୁହାଯାଉଛି ଯେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ପାଇଁ ମନମୋହନ, ପ୍ରଦୀପଙ୍କ ସହ ଆଲୋଚନା କରିବା ପାଇଁ ତାଙ୍କ ବାସଭବନକୁ ଆସିଥିଲେ।

ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଦୀପ ଭଜାପରେ ଯୋଗ ଦେଇପାରନ୍ତି ବୋଲି କିଛି ମାସ ହେଲା ଚର୍ଚ୍ଚା ହୋଇଆସୁଛି। ଗତ କିଛି ମାସ ମଧ୍ୟରେ ପ୍ରଦୀପ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀଙ୍କୁ ପ୍ରଶଂସା କରିଛନ୍ତି। ଏସବୁ ଖବର ମଧ୍ୟରେ ଦୁଇ ନେତାଙ୍କ ସାକ୍ଷାତ ପ୍ରଦୀପଙ୍କ ଗେରୁଆ ଦଳରେ ଯୋଗ ଦେବା ଖବରକୁ ବଳ ଯୋଗାଇଛି।

ତେବେ ଏହି ଆଲୋଚନା ଏକ ପ୍ରକାର ସତ ବୋଲି ସ୍ୱୀକାର କରିଛନ୍ତି ନିଜେ ପ୍ରଦୀପ ପାଣିଗ୍ରାହୀ। ବୁଧବାର ମନମୋହନଙ୍କୁ ଭେଟିବା ପରେ ପ୍ରଦୀପ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ଭଜାପରେ ସାମିଲ ହେଉଥିବା ଇଶାରା ଦେଇଛନ୍ତି। ”ଲୋକେ ଗ୍ରୀନ ବହୁତ ଦେଖିଲେ, ହ୍ୱାଇଟ ବି ଦେଖିଲେ, ଏବେ ଅରେଞ୍ଜ ଦେଖିବା ସମୟ ଆସିଛି। ଗଣତନ୍ତ୍ରରେ ଲୋକମତ ହିଁ ସବୁଠାରୁ କ୍ଷମତାଶାଳୀ, ଲୋକ ନିଷ୍ପତ୍ତି ନେଲେ ପ୍ରଶାସନର ଭୟ କି ପଇସା କିଛି କାମ ଦେବନାହିଁ। ତେବେ ୨୦୧୫ରୁ କେନ୍ଦ୍ର ପାଖରେ ବିଜେଡି ପୂରା ସମର୍ପିତ ହୋଇଯାଇଛି। ଯେଉଁ କାରଣରୁ ଏମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ” ବୋଲି ପ୍ରଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri