ଭାଜପାରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୨୧।୨: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବୁଧବାର ଭାଜପାରେ ସାମିଲ ହୋଇଛନ୍ତି। ପ୍ରଦୀପ ଓ ତାଙ୍କର କିଛି ସମର୍ଥକ ଭାଜପାର ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

୨୦୨୦ ନଭେମ୍ବର ୨୦ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ବିଜେଡିରୁ ବହିଷ୍କୃତ ହେବା ପରଠୁ ପ୍ରଶାସନିକ କାର୍ଯ୍ୟରେ ପ୍ରଦୀପଙ୍କୁ ଅଣଦେଖା କରାଯାଉଥିଲା। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି।

Share