୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୧୫।୧୨(ବ୍ୟୁରେ): ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ୨ ଦିନିଆ ରିମାଣ୍ଡରେ ନେବ। ଏ ନେଇ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟ ଅନୁମତି ଦେଇଛନ୍ତି। ଅଧିକ ଖୋଳତାଡ଼ କରିବା ନେଇ କ୍ରାଇମବ୍ରାଞ୍ଚ ସୋମବାର ରିମାଣ୍ଡ ଆବେଦନ କରିଥିଲା। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧିକ ମାମଲାରେ ଗତ ୪ ତାରିଖରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

Share