ବିଜୟ ପରେ ପ୍ରତିକ୍ରିୟାରେ ନବୀନଙ୍କୁ ପ୍ରଶଂସା କଲେ ପ୍ରଦୀପ

ଭୁବନେଶ୍ୱର,୫।୬: ବ୍ରହ୍ମପୁରରେ ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ବିଜୟ ହୋଇଛନ୍ତି। ବିଜୟ ପରେ ପ୍ରଦୀପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମୋତେ ଯୋଗ୍ୟ ମନେକରି ନିର୍ବାଚନରେ ଲଢେବାକୁ ସୁଯୋଗ ଦେଇଥିଲେ। ଏନେଇ ଭାଜପା ନେତୃବୃନ୍ଦଙ୍କ ସହ ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ପାଖରେ କୃତଜ୍ଞ ।

ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ମଧ୍ୟ ଚିର କୃତଜ୍ଞ । କାରଣ ଆଜି ସେ ଯେଉଁ ଜାଗାରେ ପହଞ୍ଚିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ। ସେ ହିଁ ମୋତେ ଇଣ୍ଟରଭ୍ୟୁ କରି ଦଳରେ ସ୍ଥାନ ଦେଇଥିଲେ । ପରେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିଲେ। ତା’ପରେ ୩ ଥର ବିଧାୟକ ହେବାକୁ ସୁଯୋଗ ଦେଲେ । ମନ୍ତ୍ରୀ ପଦ ମଧ୍ୟ ଦେଲେ, ଆହୁରି ଅନେକ କିଛି ସୁଯୋଗ ଦେଇଛନ୍ତି । ତେଣୁ ତାଙ୍କୁ ଥରୁଟିଏ ହେଲେ ବି ମୁଁ ଦେଖା କରିବାକୁ ଚାହୁଁଛି’ ବୋଲି କହିଛନ୍ତି ଭଜପା ନବନିର୍ବାଚିତ ଏମ୍‌ପି ପ୍ରଦୀପ କହିଛନ୍ତି।

ଏପରିକି ପ୍ରଚଣ୍ଡ ଜନାଦେଶ ରାଜ୍ୟରେ ଏକ ପରିବର୍ତ୍ତନ ଆଣିବା ସହ ଲେଖା ଛିଣ୍ଡିଲା ବୋଲି ପ୍ରଦୀପ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।