
ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ):ବରଗଡ ଲୋକସଭା ଏମ୍ପି ପ୍ରଦୀପ ପୁରୋହିତ ସୋମବାର ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ସ୍ବରାଷ୍ଟ୍ର ଆମନ୍ତ୍ରଣ କରିଥିବା ସୂଚନା ମିଳିଛି । ମଧ୍ୟାହ୍ନ ଦିନ ୧୨ଟା ୪୦ ମିନିଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ବରଗଡ ଲୋକସଭା ଏମ୍ପିପୁରୋହିତ ସାକ୍ଷାତ କରିବା ସହ ୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶାର ପଶ୍ଚିମାଞ୍ଚଳର ୧୧ଟି ଜିଲାର ଲୋକଙ୍କ ସମ୍ବଲପୁରୀ-କୋଶଲି ଭାଷା ମାତୃଭାଷା ହୋଇଥିବା ବେଳେ ଓ ଭାଷାର ଏକ ସମୃଦ୍ଧ ସାହିତ୍ୟ ବ୍ୟାକରଣ ଥିବାରୁ ସମ୍ବଲପୁରୀ – କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଓ ପ୍ରାକୃତିକ,ଐତିହାସିକ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ସହ ଏହାକୁ ଜାତୀୟ ସମ୍ଫତ୍ତିର ମାନ୍ୟତା ଦେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏମ୍ପି ଦାବିପତ୍ର ପ୍ରଦାନ କରିଥିଲେ ।