ପୁଣି ପ୍ରଦୀପଙ୍କୁ ପଚରାଉଚରା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଙ୍ଗଳବାର ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଏହି ଦୁଇ ମାମଲାରେ ହୋଇଥିବା କୋଟି କୋଟି ଟଙ୍କା ବେଆଇନ୍‌ ଅର୍ଥ କାରବାରକୁ ନେଇ ଇଡି ପକ୍ଷରୁ ତାଙ୍କୁ ଏକାଧିକ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି। ସୋମବାର ପ୍ରଥମଥର ପ୍ରଦୀପ ଇଡିରେ ହାଜର ହୋଇଥିଲେ। ଇଡିର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୦ଟାରୁ ସା ୭ଟା ପର୍ଯ୍ୟନ୍ତ ୯ଘଣ୍ଟା ଧରି ମାରାଥନ ଜେରା କରାଯାଇଥିଲା। ଗତକାଲି ଜେରାବେଳେ ବାକିଥିବା ଏକାଧିକ ପ୍ରଶ୍ନ ଦ୍ୱିତୀୟ ଥରରେ ପଚରାଯାଇଥିବା ଜଣାପଡିଛି।

Share