ପ୍ରଦୀପ୍ତଙ୍କ ଚିକିତ୍ସା କରିବେ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ

ଭୁବନେଶ୍ୱର, ୬ା୫(ବ୍ୟୁରୋ):ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କରୋନା ସଂକ୍ରମିତ ହୋଇ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁ ର୍ବିଜ୍ଞାନ ପ୍ରତିଷ୍ଠାନ(ଏମସ୍‌) କୋଭିଡ୍‌ ହସ୍ପିଟାଲ୍‌ରେ କିଛିଦିନ ହେଲା ଚିକିତ୍ସିତ ହେଉଛନ୍ତି ା ତାଙ୍କୁ ଏବେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ତାଙ୍କର ଜଣେ ନିକଟତମ ସହଯୋଗୀ ସୂଚନା ଦେଇଛନ୍ତି। ମଙ୍ଗଳବାର ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍‌ ଏମସ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତାଙ୍କୁ କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇଦିଆଯିବ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

Share