ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରି ପ୍ରଦୀପଙ୍କ ବିସ୍ଫୋରକ ବୟାନ: ସନ୍ନ୍ୟାସ ନୁହେଁ, ଗୋଟିଗୋଟି କରି ହିସାବ ଦେବ, ନଚେତ୍‌…

ବରଗଡ଼,୧୫ା୬(ପ୍ରେମାନନ୍ଦ ଖମାରୀ): ସନ୍ନ୍ୟାସ ନୁହେଁ, ଯେଉଁମାନେ ବିଜେଡି ସରକାରଙ୍କ ୫-ଟି ଯୋଜନା ଜରିଆରେ ରାଜ୍ୟର ଖଣି, ଖାଦାନର ଶହଶହ କୋଟି ସମ୍ପତ୍ତି ହରିଲୁଟ୍‌ କରିଛନ୍ତି, ରାଜକୋଷରେ ରହିଥିବା ପଇସା ଲୁଟିଛନ୍ତି, ଭାଜପା ସରକାର ସେସବୁର ଗୋଟିଗୋଟି କରି ହିସାବ କରିବ ଏବଂ ଏଥିରେ ଯିଏ ବି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି, ସେମାନେ ଜେଲ୍‌ରେ ଚକି ପେଷିବେ ବୋଲି ଶନିବାର ବରଗଡ଼ ଜିଲା ଅତାବିରାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ନବନିର୍ବାଚିତ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ କହିଛନ୍ତି।
ପୂର୍ବତନ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ସିଧାସଳଖ ଏଭଳି ଇଙ୍ଗିତ କରି ସେ ଆହୁରି କହିଥିଲେ, ଦୀର୍ଘ ୨୪ବର୍ଷ ଏକ ଲମ୍ବା ସମୟ ଧରି ବିଜେଡି ସରକାର ଚାଲିଥିଲା। ପରବର୍ତ୍ତନର ନିଶାନା ଦିଶୁ ନ ଥିଲା। ଏଥର ମଧ୍ୟ ପରିବର୍ତ୍ତନ ହେବ ନାହିଁ ବୋଲି ବହୁତ ଲୋକ କହୁଥିଲେ। ପୁଣିଥରେ ରାଜ୍ୟରେ ସରକାର ଗଠନ କରିବୁ ବୋଲି ବିଜେଡି ନେତା/କର୍ମୀମାନେ କହୁଥିଲେ। ଏହି କ୍ରମରେ ସେତେବେଳେ ରାଜ୍ୟ ସରକାରକୁ ଚଳାଉଥିବା ଭି.କେ ପାଣ୍ଡିଆନ ମାଇକ୍‌ ଧରି ବିଜେଡି ପୁଣି ସରକାରକୁ ନ ଫେରିଲେ ଏବଂ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି ପୂରାଦମ୍‌ରେ କହୁଥିଲେ। ଅନ୍ୟପଟେ ପାଣ୍ଡିଆନଙ୍କ ସେଭଳି ବୟାନଙ୍କୁ ନେଇ ଭେଡେନ ବ୍ଲକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ସଭାରେ ପାଣ୍ଡିଆନ କେବେ ମଧ୍ୟ ସନ୍ନ୍ୟାସ ନେଇ ପାରିବେ ନାହିଁ। ଭାଜପା ରାଜ୍ୟର ସରକାର ଗଠନ କରିବ ଏବଂ ଭାଜପା ରାଜ୍ୟରେ ଶାସନଭାର ନେଲେ ୫-ଟି ନାଁରେ ହୋଇଥିବା କୋଟିକୋଟି ଟଙ୍କା ଲୁଟ୍‌ର ହିସାବ ମାଗିବ ବୋଲି ସେ(ପ୍ରଦୀପ) କହିଥିଲେ।

 

ଆଜି ଲୋକଙ୍କ ଆଶୀର୍ବାଦରେ ଭାଜପା ରାଜ୍ୟରେ ସରକାର ଗଠନ କରିଛି ଏବଂ ଏଣିକି ଭି.କେ ପାଣ୍ଡିଆନଙ୍କ ମାଲିକାନାରେ ଯେଉଁ ୫-ଟି ଚାଲୁ୍‌ଥିଲା ଏବଂ ଯେଉଁ ଯୋଜନାରେ ରାଜ୍ୟର ଗରିବ ଲୋକଙ୍କ ଟଙ୍କା ଥିବା ରାଜକୋଷରୁ କୋଟିକୋଟି ଟଙ୍କା ଲୁଟ୍‌ ହୋଇଛି। ସମୟ ଆସିଛି, ତା’ର ହିସାବ ନିକାଶ କରାଯିବ ଏବଂ ସେଥିରେ ପାଣ୍ଡିଆନ ହୁଅନ୍ତୁ ଅବା ଅନ୍ୟ କୌଣସି ଆଇଏଏସ୍‌ ଅଧିକାରୀ, ମନ୍ତ୍ରୀଙ୍କ ସମ୍ପୃକ୍ତି ଜଣାପଡ଼ିବ। ସେମାନଙ୍କୁ ଜେଲ୍‌ରେ ଚକି ପେଷିବାକୁ ପଡ଼ିବ ବୋଲି ପ୍ରଦୀପ କହିଛନ୍ତି। ପ୍ରଦୀପଙ୍କ ଏଭଳି ବିସ୍ଫୋରକ ବୟାନ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଦାନାବେଳେ ଆସିଲା ଖୁସି ଖବର

ପାଟଣା,୨୫।୧୦(ବୀରକିଶୋର ଦାଶ): ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା କରିବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରଶାସନ ଗୁରୁବାର ସନ୍ଧ୍ୟା ସୁଦ୍ଧା କଚା ଘରେ ରହୁଥିବା...

କନ୍ଧମାଳରେ ଏନ୍‌କାଉଣ୍ଟର: ମାଓବାଦୀ ନିହତ

ବାଲିଗୁଡ଼ା,୨୫।୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଶୁକ୍ରବାର ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ...

ଲୋକାର୍ପିତ ଅପେକ୍ଷାରେ ଡୁଲୁରୀ ପାଇନ୍‌ ବଣ: ସେଲ୍‌ଫି ପଏଣ୍ଟ ହେବ ମୁଖ୍ୟ ଆକର୍ଷଣ

ଦାରିଙ୍ଗବାଡି, ୨୪।୧୦ (ଅରୁଣ ସାହୁ)-ଆସିଲା ପର୍ଯ୍ୟଟନ ଋତୁ । ଧୀରେ ଧୀରେ ଜଳବାୟୁର ପରିବର୍ତ୍ତନ ହେବାରେ ଲାଗିଛି । ବାତ୍ୟା ପାଇଁ ପାଗ ମେଘୁଆ ରହିବା...

ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କଲେ ମନ୍ତ୍ରୀ, କହିଲେ…

ପାଟଣା,୨୫।୧୦(ବୀରକିଶୋର ଦାଶ): ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପରେ ମଧ୍ୟ ଟଳିନି ବିପଦ। ଏଭଳିସ୍ଥିତିରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଶରଧାପୁର ଉଚ୍ଚ ପ୍ରାଥମିକ...

ଝାରପଡ଼ା ଜେଲରେ ୱାର୍ଡରଙ୍କୁ ପିଟିଲେ କଏଦୀ

ଭୁବନେଶ୍ୱର,୨୫।୧୦: ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ। ଶୁକ୍ରବାର ପୂର୍ବାହ୍ନରେ ଜେଲ ଭିତରେ ମାରପିଟ୍‌ ହେବା ଘଟଣା ସାମ୍‌ନାକୁ ଆସିଛି। ଜେଲ ୱାର୍ଡରଙ୍କୁ କେତେଜଣ କଏଦୀ ଆକ୍ରମଣ...

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କ ନୋଟିସ

କେସିଙ୍ଗା,୨୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା ପାଇଁ ଓ ଅନାସ୍ଥା ପ୍ରସ୍ତାବ ଗୃହିତ...

ଲ୍ୟାଣ୍ଡଫଲ ପରେ ବି ଟଳିନି ବିପଦ: ଚାନ୍ଦବାଲିରେ ରେକର୍ଡ ବର୍ଷା

ଭୁବନେଶ୍ୱର,୨୫।୧୦: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବାତ୍ୟା ‘ଦାନା’ ଦୁର୍ବଳ ହୋଇ...

ତିହିଡ଼ି ବ୍ଲକରେ ସ୍ଥାନାନ୍ତର ହୋଇଛନ୍ତି ୧୦ ହଜାର ବାତ୍ୟା ବିପନ୍ନ

ତିହିଡ଼ି,୨୫ା୧୦(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାଯାଇଛି। ତିହିଡି ବ୍ଲକର ସନ୍ଥପୁରା, କମାରିଆ ଇତ୍ୟାଦି ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri