ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୪ ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିବେ। ଏହି ଯୋଜନା ଏହା ଅଷ୍ଟମ କିସ୍ତି ସ୍ବରୂପ ୯.୫ କୋଟି କୃଷକଙ୍କ ପରିବାର ପାଇଁ ୧୯,୦୦୦ କୋଟି ଟଙ୍କା ରାଶି ଦେବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ କୃଷକଙ୍କୁ ରାଶି ଜାରି କରିବେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ ପ୍ରତିବର୍ଷ କୃଷକଙ୍କୁ ୬ ହଜାର ଟଙ୍କା ଦିଆଯାଉଛି। ଏହାକୁ ୩ଟି କିସ୍ତିରେ କୃଷକଙ୍କୁ ପ୍ରଦାନ କରାଯାଉଛି।
ଜାଣନ୍ତୁ କେମିତି କରିବେ ଚେକ୍
ଯଦି ଆପଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ତେବେ pmkisan.gov.in ଓ୍ବେବସାଇଟ୍କୁ ଯାଆନ୍ତୁ।
ଓ୍ବେବସାଇଟ୍ ବାମ ପାର୍ଶ୍ୱରେ ‘Farmers Corner’ ଉପରେ କ୍ଲିକ୍ କରନ୍ତୁ
ଏଠାରେ ‘Farmers Corner’ର ଠିକ୍ ତଳେ ‘Beneficiary Status’ ଉପରେ କ୍ଲିକ୍ କରନ୍ତୁ
ଏହାପରେ ଏକ ନୂଆ ପେଜ୍ ଖୋଲିବ, ଏଠାରେ ଆପଣ ଆଧାର କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ମୋବାଇଲ୍ ନମ୍ବର ମଧ୍ୟରୁ ଯେକୌଣସି ଗୋଟିଏ ବିକଳ୍ପ ଦେବାକୁ ହେବ
ଏହାପରେ ‘Get Data’ ଉପରେ କ୍ଲିକ୍ କଲେ ସବିଶେଷ ତଥ୍ୟା ମିଳିଯିବ।