ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଚେତନତା ଶିବିର

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ପ୍ରୋତ୍ସାହନ ଦେବା ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ତଥା ଏହି ଯୋଜନାର ପ୍ରଚାର ପାଇଁ ୟୁକୋ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଉପରେ ଏକ ଦିନିକିଆ ସଚେତନତା ଶିବିରର ଆୟୋଜନ କରାଯାଇଥିଲା। ଏହି ବୈଠକରେ ବ୍ୟାଙ୍କ ଅଧିକାରୀ, ଜିଲା ପ୍ରବନ୍ଧକ, ମହାପ୍ରବନ୍ଧକ ଜିଲା ଶିଳ୍ପକେନ୍ଦ୍ର, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଶିକ୍ଷକ ଆଣ୍ଡ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ
ସମ୍ବନ୍ଧିତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଗୌତମ ପାତ୍ର, ମହାପ୍ରବନ୍ଧକ ତଥା ଆବାହକ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି), ଓଡ଼ିଶା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରିବା ସହ ଯୋଜନାର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ। ଡି. ପ୍ରଶାନ୍ତ କୁମାର ରେଡ୍ଡୀ (ଉପସଭାପତି) ତଥା ଶିଳ୍ପ ନିର୍ଦ୍ଦେଶକ ଏହି ଯୋଜନାର ଗୁରୁତ୍ୱ ଓ ଲାଭ ଉପରେ ଆଲୋକପାତ କରିଥିଲେ। କାରିଗରମାନଙ୍କୁ ସେମାନଙ୍କର ଉପତ୍ାଦ ଓ ସେବାର ଗୁଣବତ୍ତାରେ ଉନ୍ନତି ଆଣିବା ସହ ବିଶ୍ୱକର୍ମାକୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳାରେ ସମନ୍ବିତ କରିବା ପାଇଁ ସହାୟତା କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ମହେଶ କୁମାର ଚୌଧୁରୀ, ସ୍ବତନ୍ତ୍ର ସଚିବ,ଏମ୍‌ଏସ୍‌ଏମ୍‌ଇ ବିଭାଗ,ଡ. ପ୍ରଜ୍ଞାସ୍ମିତା ସାହୁ, ନିର୍ଦ୍ଦେଶିକା, ସଂସ୍ଥାଗତ ଋଣ, ଅର୍ଥ ବିଭାଗ, ଓଡ଼ିଶା ସରକାର, ପ୍ରିୟଙ୍କା ମଲ୍ଲିକ, ଉପ କମିଶନର, ବିଏମ୍‌ସି, ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓର ଯୁଗ୍ମ ନିର୍ଦ୍ଦେଶକ ତଥା କାର୍ଯ୍ୟାଳୟ ମୁଖ୍ୟ ପି.କେ. ଗୁପ୍ତା, ଆଞ୍ଚଳିକ ନିର୍ଦ୍ଦେଶାଳୟ, ଦକ୍ଷତା ବିକାଶ ଓ ଉଦ୍ୟୋଗ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ବି. ରବି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। କର୍ମଶାଳାରେ ଯୋଜନାର ବିବରଣୀ ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ଅଡିଓ ଭିଜୁଆଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ହିତାଧିକାରୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଦେଇଥିଲେ। ୨୨ା୦୮ା୨୦୨୪ ସୁଦ୍ଧା ପ୍ରଶିକ୍ଷଣ ଶେଷ ହେବା ପରେ ବ୍ୟାଙ୍କଗୁଡ଼ିକୁ ମୋଟ୍‌ ୬୦୭୩ ଟି ଋଣ ଆବେଦନ ମିଳିଥିଲା। ବ୍ୟାଙ୍କଗୁଡିକ ୧୪୫୬ଟି ଋଣ ମଞ୍ଜୁର କରିଥିବା ବେଳେ ୯୧୨ଟି ମାମଲାରେ ବିତରଣ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଲିଙ୍ଗରାଜ ନାୟକ, ପ୍ରଭାରୀ, ଏସ୍‌ଏଲ୍‌ବିସି ଓଡ଼ିଶା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri