ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦୁଇଦିନ ତଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଏହି ଇସ୍ତଫା ଦେଇଥିଲେ। ଦଳରେ ଜନସେବା ସୁଯୋଗର ଅଭାବ ଯୋଗୁ ସେ ଦୁଃଖ ଏବଂ କଷ୍ଟର ସହ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ।
ନବରଙ୍ଗପୁରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରଦୀପ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ବିଜେଡିରେ ମିଶିବେ ବୋଲି କହିଛନ୍ତି। ପୂର୍ବରୁ ପ୍ରଦୀପ ବିଜେଡିରେ ମିଶିବା ପାଇଁ କଂଗ୍ରେସ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଥିଲା। ଏଥିରେ ସେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଖୁବ୍ଶୀଘ୍ର ସେ ବିଜେଡିରେ ମିଶିବାକୁ ଯାଉଛନ୍ତି ବୋଲି କହିଛନ୍ତି।
ପ୍ରଦୀପଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ବି କରିଛନ୍ତି। ଏଥିସହ ପ୍ରଦୀପ କହିଛନ୍ତି, ମୋ ସହ ବହୁ କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବେ।