ପ୍ରଦୀପ ପୁରୋହିତ ହେବେ ଭାଜପା ପ୍ରାର୍ଥୀ : ବିଧାୟିକା

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ପଦ୍ମପୁର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ହେବେ ବରିଷ୍ଠ ନେତା ପ୍ରଦୀପ ପୁରୋହିତ। ଏନେଇ ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି। ଆସନ୍ତା ୧୪ ତାରିଖରେ ସେ ନାମାଙ୍କନ ଭରିବେ। ହେଲେ ଏହାକୁ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

ପଦ୍ମପୁରରେ ବିଜେଡି ବିଧାୟକଙ୍କ ଦେହାନ୍ତ ପରେ ଆସନ ଖାଲି ପଡିଥିଲା । ତେବେ ଡିସେମ୍ବର ୫ରେ ପଦ୍ମପୁରରେ ଉପନିର୍ବାଚନ ହେବ। ଏଥିଲାଗି ନଭେମ୍ବର ୧୦ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

Share