୧୮ ଘଣ୍ଟା ଧରି ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଜେରା, ଭୋର ସାଢେ ୪ଟାରେ ଛାଡିଲା ଇଡି

ଭୁବନେଶ୍ୱର,୬।୩: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତସାରା ଇଡି ଜେରା କରିଛି। ପ୍ରାୟ ୧୮ ଘଣ୍ଟା ଧରି ପ୍ରୟାସକାନ୍ତିଙ୍କୁ ଇଡି ପଚରାଉଚରା କରିଛି। ୧୮ ଘଣ୍ଟାର ଜେରା ପରେ ଭୋର ସାଢେ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଛନ୍ତି।

ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ପ୍ରଫୁଲ୍ଲ ସାମଲଙ୍କ ପରେ ମଙ୍ଗଳବାର ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଦିନ ପ୍ରାୟ ୧୦ଟାରୁ ଇଡି ଜେରା ଆରମ୍ଭ କରିଥିଲା। ଦୀର୍ଘ ସମୟ ଜେରାର ସମ୍ମୁଖୀନ ହୋଇ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ, ପ୍ରୟାସକାନ୍ତି କହିଛନ୍ତି, ଇଡି ମୋତେ କିଛି ପଚାରିନି। ପୁଣି ଆପଣମାନଙ୍କ ସହ ଦେଖା ହେବ।

Share