ଭୋପାଳ,୧୩ ।୧: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଗାନ୍ଧୀଜୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଥମେ ଆତଙ୍କବାଦୀ ବୋଲି କହିଥିଲେ । ଦିଗବିଜୟଙ୍କ ଏହି ବୟାନକୁ ନେଇ ରାଜନୀତି ହୋଇଥିଲା ସରଗରମ । ଭୋପାଳର ଭାରତୀୟ ଜନତା ପାର୍ଟି(ଭଜପା) ଏମ୍ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏହାକୁ ନେଇ ପାଲଟା ଆକ୍ରମଣ କରିଛନ୍ତି । ସେ କହିଛନ୍ତି କଂଗ୍ରେସ ସବୁବେଳେ ଦେଶଭକ୍ତଙ୍କ ସହ ଦୁର୍ବ୍ୟବହାର କରି ଆସୁଛି । ସୂଚନାଯୋଗ୍ୟ, ଗ୍ୱାଲିୟର ଜିଲା ପ୍ରଶାସନ ଦଖଲ ଦେବା ପରେ ହିନ୍ଦୁ ମହାସଭା ଗ୍ୱାଲିୟରରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଜ୍ଞାନ ଶାଳାକୁ ମଙ୍ଗବାର ବନ୍ଦ କରି ଦେଇଛି । ୨ ଦିନ ପୂର୍ବରୁ ଏହା ଆରମ୍ଭ କରାଯାଇଥିଲା ।