Categories: ଜାତୀୟ

ଖୁବଶୀଘ୍ର ‘ସ୍ଲିପ୍‌’ ମୋଡ୍‌କୁ ଯିବେ ପ୍ରଜ୍ଞାନ, ବିକ୍ରମ

ବେଙ୍ଗାଲୁରୁ,୨।୯: ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ଚନ୍ଦ୍ରାୟାନ ୩ମିଶନର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର୍‌ ବିକ୍ରମ ଠିକ୍‌ ରୂପେ କାମ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଜ୍ଞାନ ଲ୍ୟାଣ୍ଡର୍‌ ଠାରୁ ପ୍ରାୟ ୧୦୦ ମିଟର ଦୂରତା ଅତିକ୍ରମ କରି ସାରିଛି।

ବର୍ତ୍ତମାନ ପ୍ରଜ୍ଞାନ ଓ ବିକ୍ରମକୁ ‘ସ୍ଲିପ୍‌’ ମୋଡ୍‌ କରାଯିବ। ଏହି ପ୍ରକ୍ରିୟା ଦିନେ କିମ୍ବା ଦୁଇ ଦିନ ଭିତରେ ଆରମ୍ଭ ହେବ। କାରଣ ସେହି ସମୟରେ ଚନ୍ଦ୍ରପୃଷ୍ଠରେ ରାତି ହେବ।

Share