Categories: ଜାତୀୟ

‘ଶିବଶକ୍ତି ପଏଣ୍ଟ’ ଚାରିପାଖେ ଘୂରୁଛି ପ୍ରଜ୍ଞାନ ରୋଭର, ଇସ୍ରୋ ଜାରି କଲା ଭିଡିଓ

ନୂଆଦିଲ୍ଲୀ,୨୭।୮: ଚନ୍ଦ୍ରାବତରଣ କରିଛି ଚନ୍ଦ୍ରାୟନ ୩। ରୋଭର ପ୍ରଜ୍ଞାନ ସଠିକ ଭାବରେ କାମ କରୁଛି। ଏନେଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଏକ ଭିଡିଓ ଜାରି କରିଛି। ଇସ୍ରୋ ଟ୍ବିଟ୍‌ କରି କହିଛି, ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ ‘ଶିବ ଶକ୍ତି ପଏଣ୍ଟ’ରେ ବୁଲୁଛି।

ଇସ୍ରୋ କହିଛି ଯେ, ପ୍ରୋପଲିସନ ମଡ୍ୟୁଲ, ଲ୍ୟାଣ୍ଡର ଏବଂ ରୋଭର ଠିକ୍‌ କାମ କରୁଛି। ଚନ୍ଦ୍ରର ଅବତରଣ ସ୍ଥାନ ଚାରିପାଖରେ ମାଟି ଏବଂ ପଥରଗୁଡିକର ମୌଳିକ ଗଠନ ବିଷୟରେ ଅନୁସନ୍ଧାନ କରୁଛି।

Share