Categories: ବାଣିଜ୍ୟ

ପ୍ରଜ୍ଞାନନ୍ଦ ପୁଣି ଦେଶର ନମ୍ବର ଓ୍ବାନ୍‌

ପ୍ରାଗ୍‌, ୨୯।୨: ପ୍ରାଗ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟ ବୁଧବାର ଏଠାରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ଭାରତର ଆର. ପ୍ରଜ୍ଞାନନ୍ଦ ଜର୍ମାନୀର ଭିନସେଣ୍ଟ କେମେରଙ୍କୁ ହରାଇ ଦେଇଛନ୍ତି। ଏଥିସହ ସେ ଲାଇଭ୍‌ ରେଟିଂରେ ପୁଣି ଦେଶର ନମ୍ବର ଓ୍ବାନ ଖେଳାଳି ହୋଇ ଯାଇଛନ୍ତି। ଏ କ୍ଷେତ୍ରରେ ସେ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଛନ୍ତି। ପ୍ରଥମ ରାଉଣ୍ଡରେ ଅନ୍ୟ ଖେଳାଳିଙ୍କ ମଧ୍ୟରେ ଉଜ୍‌ବେକିସ୍ତାନର ନୋଦିରବେକ୍‌ ଅବଦୁସାତ୍ତର ଚେକ୍‌ ରିପବ୍ଲିକର ଏନ୍‌ଗୁଏନ ଥାଇଡାଇ ଭାନ୍‌ଙ୍କୁ ଏବଂ ଇରାନର ପରହାମ ମଘସୁଦଲୋ ପୋଲାଣ୍ଡର ବାର୍ଟେଲ ମାଟେଉଜ୍‌ଙ୍କୁ ପରାସ୍ତ କରିଛନ୍ତି। ଭାରତର ଡି. ଗୁକେଶ ଏକଦା ଭଲ ସ୍ଥିତିରେ ଥିଲେ ମଧ୍ୟ ଶେଷରେ ରୋମାନିଆର ରିଚାର୍ଡ ରାପୋର୍ଟଙ୍କ ସହ ପଏଣ୍ଟ ଭାଗ କରିଥିଲେ। ସେହିପରି ଭିଦିତ ଗୁଜରାଠି ଚେକ୍‌ ରିପବ୍ଲିକର ଡାଭିଡ ନଭାରାଙ୍କ ବିପକ୍ଷ ମ୍ୟାଚକୁ ଡ୍ର ରଖିଛନ୍ତି। ପ୍ରଜ୍ଞାନନ୍ଦ ଯେତେବେଳେ ଆକ୍ରମଣାତ୍ମକ ଆଭିମୁଖ୍ୟରେ ଥାଆନ୍ତି ସେତେବେଳେ ବିପଜ୍ଜନକ ସାବ୍ୟସ୍ତ ହୋଇଥାନ୍ତି। ଏଠାରେ ପ୍ରଥମ ରାଉଣ୍ଡରେ ମଧ୍ୟ ତା’ର ପୁନରାବୃତ୍ତି ଘଟିଥିଲା। ଚ୍ୟାଲେଞ୍ଜର୍ସ ସେକ୍ସନରେ ଆର. ବୈଶାଳୀ ୟୁକ୍ରେନର ଆଣ୍ଟୋନ କୋରୋବୋଭଙ୍କ ଠାରୁ ହାରିଯାଇଛନ୍ତି।

Share