Categories: ଖେଳ

ପ୍ରଜ୍ଞାନନ୍ଦ, ନନ୍ଦିଧାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୪ା୧୧ (ପି.ଟି.):ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ରେ ଟପ୍‌ ସିଡ୍‌ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ଓ ପି.ଭି. ନନ୍ଦିଧା ଯଥାକ୍ରମେ ଓପନ୍‌ ଓ ମହିଳା କାଟେଗୋରିରେ ଟାଇଟଲ ବିଜୟୀ ହୋଇଛନ୍ତି। ପ୍ରଜ୍ଞାନନ୍ଦ ୯ମ ତଥା ଫାଇନାଲ ରାଉଣ୍ଡରେ ନିଜ ଦେଶର ବି. ଅଧିବନଙ୍କ ୬୩ ମୁଭ୍‌ରେ ଡ୍ର୩ ରଖି ୭ପଏଣ୍ଟ ସହ ସେ ଚାମ୍ପିୟନ ହୋଇଥିଲେ। ଚେନ୍ନାଇର ଏହି ୧୭ ବର୍ଷୀୟ ଖେଳାଳି ଅବଶିଷ୍ଟଙ୍କଠାରୁ ଅଧା ପଏଣ୍ଟ ଆଗୁଆ ସହ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ଅଧିବନଙ୍କଠାରୁ ସେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ଏହି ସଫଳତା ଯୋଗୁ ପ୍ରଜ୍ଞାନନ୍ଦ ଆସନ୍ତା ଫିଡେ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌.ଏଲ୍‌. ନାରାୟଣନ, ହର୍ଷ ଭରତକୋଟି, କାର୍ତ୍ତିକ ଭେଙ୍କଟରମଣ ଏବଂ ଶାମ୍‌ସିଦ୍ଦିନ ଭୋଖିଦୋଭ ମଧ୍ୟ ଟାଇଟଲ ଦୌଡ଼ରେ ରହିଥିଲେ। ମାତ୍ର ଏହି ଖେଳାଳିମାନେ ସେମାନଙ୍କ ଗେମ୍‌ ଡ୍ର ରଖିଥିଲେ। ଗ୍ରାଣ୍ଡମାଷ୍ଟର ଏସ୍‌. ପି. ସେଥୁରମଣ ୪୧ ମୁଭ୍‌ରେ ଅନ୍ତର୍ଜାତୀୟ ମାଷ୍ଟର କୋସ୍ତାଭ ଚାଟାର୍ଜୀଙ୍କୁ ପରାସ୍ତ କରି ଅନ୍ୟ ୫ ଜଣଙ୍କ ସହ ୬.୫ ପଏଣ୍ଟ ଲେଖାଏ ଅର୍ଜନ କରିଛନ୍ତି। ହର୍ଷ ଭରତକୋଟି ଉନ୍ନତ ଟାଇବ୍ରେକ୍‌ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅଧିବନ ତୃତୀୟ ସ୍ଥାନରେ ରହିଥିଲେ।

Share