ଓଲିଉଡ୍ର ସୁରିଲା କଣ୍ଠସ୍ବରରେ ଶ୍ରୋତାଙ୍କୁ ଝୁମାଉଥିବା ଗାୟିକା ପ୍ରଜ୍ଞା ହୋତା ‘ଓ ସୁନୟନା…’ ଗୀତରୁ ସଙ୍ଗୀତ ପରିବେଷଣ କରିଥିଲେ। ଏହା ପରେ ସେ ଓଲିଉଡ୍ର ଲୋକପ୍ରିୟ ଗୀତଗୁଡ଼ିକୁ ଗାଇଥିଲେ। ବେବି ଓ ବେବି.., ଲଚକ ମଣି ଚୋରା ବେଣୀ.., ପ୍ୟାର୍ ୱାଲା ହିଚ୍କି…ଗାଇବା ପରେ ନିକଟରେ ଭାଇରାଲ ହୋଇଥିବା ଗୀତ ‘ଗୁଆଘିଅ…’କୁ ମଞ୍ଚରେ ପରଷିଥିଲେ। ଗୁଆ ଘିଅ ଗୀତରେ ଦର୍ଶକ ସିଟ୍ରୁ ଉଠି ନାଚିବା ଆରମ୍ଭ କରିଥିଲେ। ସାର କାର୍ଯ୍ୟକ୍ରମ ତାଙ୍କଠାରୁ ଆରମ୍ଭ ହୋଇଥିବାବେଳେ ଗୁଆ ଘିଅ ଗୀତରେ ଧମାଲ ମଚାଇ ବିଦାୟ ନେଇଥିଲେ।