ଜାତୀୟସ୍ତରର ବାନ୍ଧଶିଳ୍ପୀ ପ୍ରହଲ୍ଲାଦ ମେହେର

ସୋନପୁର,୭।୮(ମୃତ୍ୟୁଞ୍ଜୟ ଶତପଥୀ) : ଦେଶ ବିଦେଶରେ ହସ୍ତତନ୍ତ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲାର ପ୍ରସିଦ୍ଧି ରହିଛି। ପ୍ରହଲ୍ଲାଦ ମେହେର(୬୨) ଏହି ଜିଲାର ଜଣେ ପ୍ରସିଦ୍ଧ ବାନ୍ଧଶିଳ୍ପୀ। ସୁବର୍ଣ୍ଣପୁର ସହର ଷ୍ଟେଟ୍‌ବ୍ୟାଙ୍କ୍‌ ରୋଡ୍‌ରେ ତାଙ୍କ ଘର। କୌଳିକ ବୃତ୍ତି ଭାବେ ଛୋଟବେଳୁ ବାନ୍ଧକଳାକୁ ସେ ଆପଣେଇ ନେଇଛନ୍ତି। ଗତ ୫୦ ବର୍ଷ ଧରି ବୟନ, ବାନ୍ଧକଳା ଓ ଡିଜାଇନିଂରେ ସେ ସମର୍ପିତ। ସବୁବେଳେ କିଛି ନୂଆ ଏବଂ ସ୍ବତନ୍ତ୍ର କରିବା ପାଇଁ ସେ ଚେଷ୍ଟା କରିଥାନ୍ତି। ଜଗନ୍ନାଥାଷ୍ଟକମ୍‌, ସୌରାଙ୍ଗିନୀ ଓ ଚକ୍ରବୂ୍ୟହ ଭଳି ଅନେକ ଶାଢ଼ି ବୁଣି ସେ ପ୍ରଶଂସା ସାଉଣ୍ଟିଛନ୍ତି। ସେଥିପାଇଁ ପ୍ରହଲ୍ଲାଦଙ୍କୁ ଜାତୀୟ, ରାଜ୍ୟସ୍ତରରେ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ସେ ନିଜେ ଗ୍ରାଫିକ୍ସ ଡିଜାଇନିଂ କରିବା ସହ ନିଜର ସୂକ୍ଷ୍ମ ବାନ୍ଧ କାରିଗରି କଳା ଦ୍ୱାରା ସୁନ୍ଦର ସିଲ୍‌କି ଶାଢ଼ି, କାନ୍ଥଝୁଲା ଆଦି ବୁଣନ୍ତି। ୨୦୨୨ରେ ଦିଲ୍ଲୀର ଅଶୋକା ହୋଟେଲରେ ଆୟୋଜିତ ଅଷ୍ଟମ ଜାତୀୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ପ୍ରହଲ୍ଲାଦ ୨୦୧୮ ମସିହା ପାଇଁ ସନ୍ଥ କବିର ସମ୍ମାନରେ ସମ୍ମାନିତ ହୋଇଥିଲେ। କେନ୍ଦ୍ର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ହସ୍ତତନ୍ତ ଓ ବୟନ କଳାକୃତି ବମକେଇ ପାଟଶାଢ଼ି ଡିଜାଇନିଂ ପାଇଁ ପୁରସ୍କୃତ ହୋଇଥିଲେ। ୨୦୦୪ରେ ତତ୍କାଳୀନ ରାଷ୍ଟ୍ରପତି ଅବ୍‌ଦୁଲ କଲାମ ତାଙ୍କୁ ଜାତୀୟସ୍ତର ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୦୩ରେ ରାଜ୍ୟସ୍ତରୀୟ ସମ୍ମାନ, ୨୦୧୩ରେ ବୟନିକା ପକ୍ଷରୁ ବେଷ୍ଟ ପ୍ରଡକ୍ଟ ଆଓ୍ବାର୍ଡ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏମିନେଣ୍ଟ ପର୍ସନ ଆଓ୍ବାର୍ଡ ଭଳି ଅନେକ ସମ୍ମାନ ତାଙ୍କୁ ମିଳିଛି। ସୂକ୍ଷ୍ମ ସୂତାରେ ଟାଏ ଓ ଡାଏରେ ବୁଣାବୁଣି, ପାଟଶାଢ଼ିର ଗ୍ରାଫ୍‌ ଡିଜାଇନ ଓ ପ୍ରସ୍ତୁତି ସବୁଥିରେ ସେ ପାରଙ୍ଗମ। ବସ୍ତ୍ର ମାଧ୍ୟମରେ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏ ସମ୍ପର୍କରେ ପ୍ରହଲ୍ଲାଦ କୁହନ୍ତି, ବାପା ଖଗେଶ୍ୱରଙ୍କ ନିକଟରୁ କୌଳିକ ବୃତ୍ତି ଭାବେ ବାନ୍ଧକଳା ଶିଖିଥିଲେ। ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ମାତ୍ର ୧୨ ବର୍ଷ ବୟସରୁ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ଏଥିରେ ପରିବାର ଲୋକେ ତାଙ୍କୁ ସହଯୋଗ କରୁଛନ୍ତି। ନିଜେ ରୋଜଗାରକ୍ଷମ ହେବା ସହିତ ୨୦୦୮ ମସିହାରୁ ପଟାଭାଡିରେ ଡିଜାଇନ୍‌ ଡେଭେଲପ୍‌ମେଣ୍ଟ ସେଣ୍ଟର ଖୋଲି ୨୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାରକୁ କର୍ମସଂସ୍ଥାନ ଯୋଗାଇ ଆସୁଛନ୍ତି। କୃଷି ପରେ ହସ୍ତତନ୍ତ ଦ୍ୱାରା ସୁବର୍ଣ୍ଣପୁର ଜିଲାର ଅଧିକ ଲୋକ ଜୀବିକା ନିର୍ବାହ କରିଆସୁଛନ୍ତି। ତେଣୁ ଜିଲାରେ ଅନ୍ତର୍ଜାତୀୟ ହସ୍ତତନ୍ତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ସେ ଦାବି କରିଛନ୍ତି। ଏପରି କି ଗତ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଜିଲା ଗସ୍ତ ସମୟରେ ମେହେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସଚିବଙ୍କୁ ଏ ସମ୍ପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri