ନିର୍ମାଣର ୧୦ ବର୍ଷରେ ଭୁଶୁଡ଼ିଲା ପ୍ରାହେଟପଙ୍କା ବିଦ୍ୟାଳୟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩ା୭ (ଅରୁଣ ସାହୁ /ମନୋରଞ୍ଜନ ରଣା )ରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସରାମୂଳି ପଞ୍ଚାୟତ ପକାଲମାହା କ୍ଲଷ୍ଟର ପ୍ରାହେଟପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଠା ନିର୍ମାଣର ମାତ୍ର ୧୦ ବର୍ଷରେ ମଙ୍ଗଳବାର ଭୁଶୁଡ଼ି ପଡିଛି। ଲଘୁଚାପଜନିତ ଲଗାଣ ବର୍ଷାରେ ଏଭଳି ଘଟଣା ଘଟିଥିଲେ ସୁଦ୍ଧା କୌଣସି ଛାତ୍ରୀଛାତ୍ରଙ୍କ କ୍ଷତି ହୋଇନି। କିନ୍ତୁ ଭୁଶୁଡିଥିବା କାନ୍ଥକୁ ଲାଗି ରହିଛି ବିପଦପୂର୍ଣ୍ଣ କୋଠା। ଯେଉଁଠି ଛାତରୁ ପାଣି ଗଳୁଛି ସେଠି ପ୍ରଥମରୁ ଅଷ୍ଟମ ୫୫ ଛାତ୍ରୀଛାତ୍ର ପଢୁଛନ୍ତି। ଛାତ ଭୁଶୁଡିବା ଦିନରୁ ଭୟଭୀତ ହୋଇ ପ୍ରାୟ ଅଧା ଛାତ୍ରୀଛାତ୍ର ଆଉ ବିଦ୍ୟାଳୟ ପିଣ୍ଡା ମାଡୁ ନଥିବା ସହକାରୀ ଶିକ୍ଷକ ତ୍ରିନାଥ ସିଂ କହିଛନ୍ତି। ବିଦ୍ୟାଳୟ ଶ୍ରେଣୀକୋଠା ଭୁଶୁଡ଼ିବାର ୫ ଦିନ ବିତିଯାଇଥିଲେ ସୁଦ୍ଧା ଶିକ୍ଷା ବିଭାଗର ସିଆର୍‌ସିସି, ବିଇଓ ରସାନନ୍ଦ କର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ନଥିବା ବେଳେ କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିଥାଆନ୍ତେ ବୋଲି ଅଭିଭାବକମାନେ କହିଛନ୍ତି। ସରକାର ନୂତନ ଶ୍ରେଣୀକୋଠା ପାଇଁ ଦେଇଥିବା ଅନୁଦାନକୁ ନିମ୍ନ ମାନର କାର୍ଯ୍ୟ କରି ଅର୍ଥ ତୋସରପାତ କରାଯାଇଥିବା ଅଭିଯୋଗ ହୋଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏବେ ମଧ୍ୟ ଯେଉଁ ଶ୍ରେଣୀକୋଠା ଅଛି, ତାହା କେତେ ବିପଦମୁକ୍ତ ତାହା ଯାଞ୍ଚ ହେବା ଦରକାର ବୋଲି ଗ୍ରାମବାସୀ କହିଛନ୍ତି।ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟ ୨୦୦୮ରେ ସ୍ଥାପନ କରାଯାଇଥିଲା। ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଛାତ୍ରୀଛାତ୍ରଙ୍କୁ ସର୍ବଶିକ୍ଷା ଅଭିଯାନରେ ସାମିଲ କରି ମାଗଣା ଶିକ୍ଷା ପାଇଁ ପାଠ୍ୟ ପୁସ୍ତକ, ପୋଷାକ, ମଧ୍ୟାନ୍ନଭୋଜନ ବ୍ୟବସ୍ଥା କରାଯିବା ସହ ପ୍ରାୟ ୧୦ ଲକ୍ଷ ବିନିମୟରେ ୩ଟି ଶ୍ରେଣୀକୋଠା ପାଇଁ ଅନୁଦାନ ଦିଆଯାଇଥିଲା। ବିଦ୍ୟାଳୟ କୋଠାକୁ ତତ୍କାଳ ଦାୟିତ୍ୱରେ ଥିବା ସର୍ବଶିକ୍ଷା ଅଭିଯାନର ବୈଷୟିକ ସହାୟକ ଓ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କ ସମ୍ପାଦନରେ କୋଠା ନିର୍ମାଣ ହୋଇଥିଲା। ୨୦୧୭ରେ ପ୍ରଥମେ ବିଦ୍ୟାଳୟର ତାଜା ଭାଙ୍ଗି ଯାଇଥିଲା। ଧୀରେ ଧୀରେ ଶ୍ରେଣୀ କୋଠାଗୁଡିକରୁ ପାଣି ଗଳିବା ଆରମ୍ଭ ହୋଇ ସମସ୍ତ ତାଜା, କାନ୍ଥ, ଛାତ ଦୁର୍ବଳ ହୋଇଗଲା। ୩ଟି କୋଠା ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ଦୁର୍ବଳ ହେବାରୁ ଏବେ ସମଗ୍ର ଶିକ୍ଷା ଦାୟିତ୍ୱରେ ଥିବା ଯନ୍ତ୍ରୀ ବିଶ୍ୱରଞ୍ଜନ ହାତୀ ୨୦୨୦ରେ ଦୁଇଟି ଶ୍ରେଣୀ କୋଠରିକୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରିଥିଲେ। ଏବେ ସେଠାରେ ଛାତ୍ରୀଛାତ୍ରଙ୍କୁ ମାତ୍ର ଗୋଟିଏ କୋଠରିରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ାଯାଉଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କ୨ହିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ଛାତ ଭୁଶୁଡ଼ିବା ସମ୍ପର୍କରେ ତାଙ୍କୁ କେହି ଜଣାଇନାହାନ୍ତି, ତେବେ ସେ ସୋମବାର ତଦନ୍ତ
କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri