Categories: ଜାତୀୟ

୯ ନେତାଙ୍କୁ ୪ ରାଜ୍ୟ ନିର୍ବାଚନ ଦାୟିତ୍ୱ, ପ୍ରହ୍ଲାଦଙ୍କୁ ମିଳିଲା ରାଜସ୍ଥାନ ଦାୟିତ୍ୱ

ଜୟପୁର,୭।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ତେଲଙ୍ଗାନା ପାଇଁ ରାଜ୍ୟ ନିର୍ବାଚନ ପ୍ରଭାରୀ ଏବଂ ସହ ନିର୍ବାଚନ ପ୍ରଭାରୀଙ୍କୁ ନିଯୁକ୍ତି କରିଛନ୍ତି। ପ୍ରହ୍ଲାଦ ଯୋଶୀଙ୍କୁ ରାଜସ୍ଥାନର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ନୀତୀନ ପଟେଲ ଏବଂ କୁଲଦୀପ ବିଷ୍ଣୋଇଙ୍କୁ ସହ-ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିପରି ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ ମାଥୁରଙ୍କୁ ଛତିଶଗଡ ନିର୍ବାଚନ ପ୍ରଭାରୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସହ-ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ଏହା ବ୍ୟତୀତ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ମଧ୍ୟପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏଠାରେ ସହ-ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ରଖାଯାଇଛି। ଏଥି ସହିତ ପ୍ରକାଶ ଜାଭଡେକରଙ୍କୁ ତେଲଙ୍ଗାନାର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ କେନ୍ଦ୍ରୀୟ ମହାସଚିବ ସୁନୀଲ ବଂଶଲଙ୍କୁ ସହ-ନିର୍ବାଚନ ଦାୟିତ୍ୱରେ ରଖାଯାଇଛି।

Share