Categories: ଜାତୀୟ

ଅନଶନରେ ବସିଲେ ମୋଦିଙ୍କ ଭାଇ

ଲକ୍ଷ୍ନୌ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଆମାଉସି ବିମାନବନ୍ଦରରେ ଧାରଣାରେ ବସିଛନ୍ତି। ଲକ୍ଷ୍ନୌ ପୋଲିସ ତାଙ୍କ ସମର୍ଥକଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ତାଙ୍କୁ ଛଡାଯିବ ନାହିଁ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି। ପ୍ରହ୍ଲାଦା ମୋଦି ପ୍ରୟାଗରାଜ, ଜୈନପୁର ଏବଂ ସୁଲତାନପୁରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ସେ ଆମାଉସି ବିମାନବନ୍ଦରରେ ଅବତରଣ କରିବା ପରେ ସଡ଼କ ମାର୍ଗରେ ଯିବାର ଥିଲା। ଏହା ଜାଣି ତାଙ୍କ ଶହ ଶହ ସମର୍ଥକ ସେଠାରେ ପହଞ୍ଚିଥିଲେ। ପୋଲିସ ସେମାନଙ୍କୁ ବିମାନବନ୍ଦର ବାହାରେ ଅଟକ ରଖିଥିଲା। କିଛି ଲୋକ ପୋଲିସକୁ ସହ ପାଟିତୁଣ୍ଡ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଏହା ଜାଣିବା ପରେ ପ୍ରହ୍ଲାଦ ସେମାନଙ୍କୁ ମୁକ୍ତ କରିବା ପାଇଁ ଦାବି କରିଥିଲେ। ତାହା ନ ହେଲେ ସେ ଭୋକ ଉପାସରେ ଅନଶନରେ ବସିବେ ବୋଲି ପୋଲିସକୁ ଚେତାବନୀ ଦେଇଥିଲେ। ତେବେ ପୋଲିସ କହିଛି ଯେ କୌଣସି ସମର୍ଥକଙ୍କୁ ଅଟକ ରଖାଯାଇ ନାହିଁ।

Share