କରୀନା ଏବେ ଆମୀରଙ୍କ ପ୍ରଶଂସାରେ ଶତମୁଖ। କଥା କ’ଣ କି ଦୁହେଁ ଏବେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଲାଲ୍ ସିଂ ଚଢ଼ା’ରେ ଅଭିନୟ କରୁଛନ୍ତି। ତେବେ ଏହି ଫିଲ୍ମରେ ନିଜ ଭୂମିକାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି କରୀନା। ବର୍ତ୍ତମାନ ସେ ଯୁଆଡେ ଗଲେ ତାଙ୍କ ମୁହଁରୁ ଆମୀରଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି। ଏ ନେଇ କରୀନା କହନ୍ତି, ”ଆମୀର ଜଣେ ନିଆରା ଅଭିନେତା। ତାଙ୍କ ଅଭିନୟ ମୋତେ ବେଶ୍ ପ୍ରଭାବିତ କରିଛି। ଭୂମିକାଟି ଯେପରି ହେଉ ନା କାହିଁକି ତାହାକୁ ତୁଲାଇବାକୁ ସେ ବେଶ୍ ସିଦ୍ଧହସ୍ତ। ‘ଲାଲ୍ ସିଂ ଚଢ଼ା’ରେ ଆମୀରଙ୍କ ରୋଲ୍ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ଶୁଟିଂ ସମୟରେ ସେ ବେଶ୍ କୋଅପରେଟିଭ। ସତ କଥା କହିବାକୁ ଗଲେ ଆକ୍ଟିଂ ବିଷୟରେ ଅନେକ ନୂଆ କଥା ମୁଁ ତାଙ୍କ ନିକଟରୁ ଶିଖିଛି। ଏହି ଫିଲ୍ମରେ ମୋତେ ଯେଉଁ ଭୂମିକା ମିଳିଛି ତାହାକୁ ନେଇ ବେଶ୍ ଆଶା ରହିଛି। ବାକି ସବୁ ଦର୍ଶକଙ୍କ ଉପରେ ନିର୍ଭର କରେ।“ ତେବେ କରୀନାଙ୍କର ଏହି ଆଶା କେତେ ପୂରଣ ହେଉଛି ତାହା ଫିଲ୍ମଟି ରିଲିଜ ହେଲେ ହିଁ ଜଣାପଡ଼ିବ।