ଅଟୋ ଚାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର/ନୂଆପଡ଼ା,୧୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ନୂଆପଡ଼ା ଜିଲାରେ ଅଟୋ ରିକ୍ସାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଉ ଥିବା କୁମର ତାଣ୍ଡିଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ ଭୟଭୀତ ଜନସାଧାରଣଙ୍କୁ ଅଟୋରେ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଚିକିତ୍ସା ପରେ ଘରକୁ ଛାଡିବା ଭଳି ଦାୟିତ୍ୱ ନିର୍ବାହ କରୁଛନ୍ତି କୁମର। କୁମର ନୂଆପଡ଼ା ଜିଲା କୋମନା ବ୍ଲକ କୋନାବିରା ପଞ୍ଚାୟତ ଡୁମେରବାହାଲ ଗ୍ରାମର ବାସିନ୍ଦା। ବର୍ତ୍ତମାନ ପରିସ୍ଥତିରେ କରୋନା ଆକ୍ରାନ୍ତଙ୍କୁ ନିଜ ସମ୍ପର୍କୀୟ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ନେବାକୁ ଭୟ କରୁଛନ୍ତି। ହେଲେ କୁମର ରୋଗୀଙ୍କ ସେବା କରିବା ଜୀବନର ଲକ୍ଷ୍ୟ ଭାବି ଆଜଣା ବ୍ୟକ୍ତିଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ସହ ତାଙ୍କୁ ପୁଣି ଘରକୁ ଆଣି ଛାଡୁଛନ୍ତି।

Share