ଶୃଙ୍ଖଳାର ପରକାଷ୍ଠା ଦେଖାଇଛନ୍ତି ପୁରୀବାସୀ: ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୨।୭: କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶାନ୍ତିସୃଙ୍ଖଳାର ସହ ସୋମବାର ଶେଷ ହୋଇଛି । ଶ୍ରୀଜିଉଙ୍କ ୩ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାୟତ, ପୁରୀ ଜିଲା ପ୍ରଶାସନ ଓ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ହେଲେ କୋଭିଡ କଟକଣାରେ ପୁରୀବାସୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯେପରି ଶୃଙ୍ଖଳାର ପରକାଷ୍ଠା ଦେଖାଇଛନ୍ତି ତାହା ନିଶ୍ଚୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ କୃତଜ୍ଞତା ଜଣାଇଛନ୍ତି।

Share