ଦଣ୍ଡ ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦ୍ରାପଡ଼ା ଅଫିସ, ୩୧ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ‘ମନ୍‌ କି ବାତ୍‌’ରେ ଆପୱା (ଆକସନ ଫର ପ୍ରୋଟେକ୍ସନ ଅଫ୍‌ ୱାଇଲ୍ଡ ଆନିମଲସ୍‌) ସଂସ୍ଥାକୁ ପ୍ରଶଂସା କରିଥିଲେ। ଏହାର ନିର୍ଦ୍ଦେଶକ ବିଜୟ କବି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଡକୋଟଠାରେ ୨୫ ଏକର ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରିଥିବା ଉଦାହରଣ ଦେଇଥିଲେ। ସମୁଦ୍ର ତଟକ୍ଷୟକୁ ରୋକିବାରେ ହେନ୍ତାଳ ବଣ ସକ୍ଷମ ହେଉଥିବାରୁ ଏହି କାର୍ଯ୍ୟ ପାଇଁ ସାମାଜିକ କର୍ମୀମାନେ ଆଗେଇ ଆସିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି ମତ ଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା କେନ୍ଦ୍ରାପଡ଼ା ଜିଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି। ୧୦.୭୨ ଲକ୍ଷ ଟଙ୍କା ନେଇ ଏହି ସଂସ୍ଥା ଗଛ ଲଗାଇଥିବା କାଗଜପତ୍ରରେ ଦର୍ଶାଇଥିଲା। ୪ ଗଁାରେ ୯୯ ପ୍ରତିଶତରୁ ଅଧିକ ଗଛ ନ ଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଏ ନେଇ ଗତ ୨୭ ତାରିଖରେ ଧରିତ୍ରୀରେ ‘ଲକ୍ଷେରୁ ନାହିଁ ୯୯ ପ୍ରତିଶତ ଗଛ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ସ୍ଥିତି ଏଭଳି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ କି ବାତ୍‌’ରେ ସମ୍ପୃକ୍ତ ସଂସ୍ଥାକୁ ପ୍ରଶଂସା କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହ ବଡକୋଟରେ ୨୫ ଏକର ପରିବର୍ତ୍ତେ ୨ ଏକର ଜମିରେ ସ୍ଥାନୀୟ ଯୁବବର୍ଗଙ୍କ ଗଛ ଲଗା ଉଦ୍ୟମକୁ ଆପଓ୍ବାର ନିର୍ଦ୍ଦେଶକ ବିଜୟ କବି ନିଜେ ବାହାବା ନେବା ନେଇ ଆଲୋଚନା ମଧ୍ୟ ହେଉଛି। ତେବେ ଏହି ସଂସ୍ଥାକୁ ଦଣ୍ଡ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ଠିକ୍‌ ଲାଗୁନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ସହ ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଏପରି ମତ ଦେଇଛନ୍ତି।
ବଡ଼କୋଟର ସୁଦର୍ଶନ ଦାଶ, ଉଦୟନାଥ ରାଉତ, ରାଜନଗରର ଦୋଳଗୋବିନ୍ଦ ଜେନା, ଓସା (ଓଡ଼ିଶା ସୂଚନା ଅଧିକାର ଅଭିଯାନ)ର ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି, ବୁଦ୍ଧିଜୀବୀ ରାଜେଶ କୁମାର ବେହେରା ପ୍ରମୁଖ କହିଛନ୍ତି, ଏହି ସଂସ୍ଥାର କାର୍ଯ୍ୟକ୍ରମ ବାସ୍ତବତା ଅପେକ୍ଷା କାଗଜପତ୍ର ଓ ପ୍ରଚାରରେ ଅଧିକ। ସେହିପରି ୨୦୧୫ରେ ରାଜନଗର ବ୍ଲକ ଗୋଜ, ଚିତଖୋଳା, ଦେବେନ୍ଦ୍ରନାରାୟଣପୁର, ଚାରିଘରିଆ ଗଁାରେ ହେନ୍ତାଳ ବଣ ସୃଷ୍ଟି ପାଇଁ ଆଇସିଜେଡ୍‌ଏମ୍‌ପି (ଇଣ୍ଟିଗ୍ରେଟେଡ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ) ଅଧୀନରେ ଠିକା ନେଇଥିଲେ ମଧ୍ୟ ୯୯ ପ୍ରତିଶତରୁ ଅଧିକ ଗଛ ନ ଥିବା ବିଭାଗୀୟ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଛି। ରାଜନଗର ବ୍ଲକ ଶିଳପୋଖରୀ ଗ୍ରାମର ସୋମନାଥ ବାରିକଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ଆପୱା ସଂସ୍ଥା ମୋଟ ୧୦.୭୨ ଲକ୍ଷ ଟଙ୍କା ନେଇଛି। ୨୦୧୬ ସେପ୍ଟେମ୍ବର ୧୭ ସୁଦ୍ଧା ସଂସ୍ଥା ଦ୍ୱାରା ଲଗାଯାଇଥିବା ଏହି ୪ ଗଁାରେ ୯୯ ପ୍ରତିଶତରୁ ଅଧିକ ଗଛ ନ ଥିବା ଓ ଜୁନୁସନଗରରେ ୫୦ ପ୍ରତିଶତ ଗଛ ଥିବା ଦର୍ଶାଯାଇଛି। ସେହିପରି ବଡକୋଟ ଗ୍ରାମର ସ୍ଥାନୀୟ ଯୁବ ସଙ୍ଗଠନ ପ୍ରାୟ ୨ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି କରିଥିବା ବେଳେ ଆପୱାର ସହାୟତା ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଏଥିସହ ଠିକ ସଂସ୍ଥାକୁ ପ୍ରଶଂସା କରାଯାଉ ନ ଥିବା ସେମାନେ ମତ ଦେଇଛନ୍ତି। ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କୁ ପଚାରିବାରେ ଚାରା ରୋପଣରେ ଅନିୟମିତତା ତଦନ୍ତାଧୀନ ଅଛି ବୋଲି କହିଛନ୍ତି। ଏ ସମ୍ପର୍କରେ ଆପୱାର ନିର୍ଦ୍ଦେଶକ ବିଜୟ କବି କହିଛନ୍ତି, ଆଇସିଜେଡ୍‌ଏମ୍‌ପିର ପ୍ରକଳ୍ପ ପାଇଁ ମୋଟ ୧,୦୫୨୨୫ଟି ଗଛ ଲଗାଇଛନ୍ତି। ତେବେ ସୁରକ୍ଷା ବାଡ଼ ନ ଥିବାରୁ ଗଛ ନଷ୍ଟ ହୋଇଛି। ବଡ଼କୋଟରେ ହୋଇଥିବା ହେନ୍ତାଳବଣକୁ ତାଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri