‘ଦୀକ୍ଷା’ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ପ୍ରଶଂସା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟଗୁଡ଼ିକରେ ଶିକ୍ଷା କ୍ଷେତ୍ରର ଅଗ୍ରଗତି ନେଇ କେନ୍ଦ୍ର ଶିକ୍ଷା ସଚିବ ଅନିତା କରୁଆଲ୍‌ ସମୀକ୍ଷା କରିଛନ୍ତି। ସୋମବାର ଭିଡିଓକନ୍‌ଫରେନ୍ସିଂରେ ସେ ସବୁ ରାଜ୍ୟର ଶିକ୍ଷା ସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଜାତୀୟ ବିଦ୍ୟାଦାନ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଦୀକ୍ଷା’ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କେନ୍ଦ୍ର ଶିକ୍ଷା ସଚିବ ଓଡ଼ିଶାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ‘ବିଦ୍ୟାଦାନ’ କାର୍ଯ୍ୟକ୍ରମରେ ଶିକ୍ଷକଙ୍କଠାରୁ ‘ଇ’ ଶିକ୍ଷଣ ଭିଡିଓ ଆହ୍ବାନ କରାଯାଇଥିଲା। ଏଥିରେ ରାଜ୍ୟର ୧୫୫୩ ଶିକ୍ଷକ ଅଂଶଗ୍ରହଣ କରି ନିଜସ୍ବ ପ୍ରସ୍ତୁତ ଶିକ୍ଷଣ ଭିଡିଓ ବିଦ୍ୟାଦାନ ପୋର୍ଟାଲ୍‌ରେ ପ୍ରଦାନ କରିଥିଲେ। ରାଜ୍ୟସ୍ତରରେ ସମୀକ୍ଷା ପରେ ୧୦୦୭ଟି ଭିଡିଓ ଅନୁମୋଦିତ ହୋଇ ଦୀକ୍ଷାରେ ସଂଯୋଗ କରାଯାଇଛି। ସମ୍ପ୍ରତି ଦୀକ୍ଷାରେ ଶତପ୍ରତିଶତ ପାଠ୍ୟପୁସ୍ତକ କ୍ୟୁଆର୍‌ କୋଡ୍‌ ସହିତ ଉପଲବ୍ଧ ଥିବାବେଳେ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଶିକ୍ଷଣ ଭିଡିଓ ଉପଲବ୍ଧ ଅଛି। ଦୂରଦର୍ଶନ ଓ ରେଡିଓରେ ପ୍ରସାରିତ ଭିଡିଓ ଓ ଅଡିଓ ଶିକ୍ଷଣୀୟ ପାଠ୍ୟ ବିଷୟଗୁଡ଼ିକ ଦୀକ୍ଷାରେ ଉପଲବ୍ଧ କରାଯାଇଛି। ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରା ସମଗ୍ର ଶିକ୍ଷା ଅଂଶ ପ୍ରଦାନ ଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ଅର୍ଥ ବିନିଯୋଗ ପାଇଁ ଓଡ଼ିଶା ପ୍ରଶଂସିତ ହୋଇଥିଲା। ସେହିପରି ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟକାରିତା ପାଇଁ ରାଜ୍ୟ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହ ରାଜ୍ୟ ଟାସ୍କଫୋର୍ସ ଗଠିତ ହୋଇଥିବାରୁ କେନ୍ଦ୍ର ସଚିବ ସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଅକ୍ଟୋବର ୫ ସୁଦ୍ଧା ଜାତୀୟ ଶିକ୍ଷାନୀତି ପ୍ରଣୟନ ଉପରେ ମତାମତ ଦେବା ପାଇଁ ସେ ଅନୁରୋଧ କରିଥିଲେ।
ରାଜ୍ୟର ସମସ୍ତ ଶିକ୍ଷକ ଦୀକ୍ଷା ଆପ୍‌ ମାଧ୍ୟମରେ ଅକ୍ଟୋବର ୧ରୁ ‘ନିଷ୍ଠା’ ତାଲିମ ନେବା ପାଇଁ ଓସେପା ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦିଆଯାଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଂଶଗ୍ରହଣ କରି ରାଜ୍ୟ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସଚିବଙ୍କୁ ଅବଗତ କରାଇଥିଲେ। ଏଥିସହିତ ଓଡ଼ିଶା ଠିକ୍‌ ସମୟରେ ଅର୍ଥ ବିନିଯୋଗ କରିସାରିଥିବାରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତି ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri