Posted inଜାତୀୟ

ମୋଦିଙ୍କୁ ପ୍ରଶଂସା କଲେ ଖାର୍ଗେ, କହିଲେ ନିଷ୍ପତ୍ତିରେ ବହୁ ବିଳମ୍ବ ହୋଇଗଲା…

ନୂଆଦିଲ୍ଲୀ,୩।୨ : ବିଭିନ୍ନ ରାଜନୈତିକ ଦଳର ବହୁ ନେତା ଭାଜପାର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ନେଇ ଘୋଷଣାରେ ଖୁସି ବ୍ୟକ୍ତ କରିଛନ୍ତି। ଆଡଭାନୀ ମଧ୍ୟ ଏଥିରେ ଭାବପ୍ରବଣ ହୋଇ ଏହାକୁ ତାଙ୍କ ଜୀବନ ଏବଂ ନୀତି ପାଇଁ ସମ୍ମାନ ବୋଲି କହିଛନ୍ତି। କଂଗ୍ରେସ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ବାଗତ କରିଛି। ଦଳର  ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଆମେ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ କିନ୍ତୁ ଏହା ବହୁତ ବିଳମ୍ବ ହୋଇଛି। ଏହାପୂର୍ବରୁ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଦୀକ୍ଷିତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡଭାନୀଙ୍କୁ ବହୁତ ବିଳମ୍ବରେ ମନେ ପକାଇଲେ।

ଆଡଭାନୀ ଭାରତ ରତ୍ନ ଗ୍ରହଣ କରିବା ଉପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗ କହିଛନ୍ତି, ଆମେ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ଏହା ଉପରେ କଂଗ୍ରେସ ଏମପି ପ୍ରମୋଦ ତିୱାରୀ କହିଛନ୍ତି ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପୁରସ୍କାର ପାଇଥିବାରୁ ନିଶ୍ଚିତ ଭାବେ ଅଭିନନ୍ଦନ ଜଣାଇବା ଉଚିତ। ନିୟମ ଅନୁଯାୟୀ ସେ ତାଙ୍କ ଦଳର ସରକାରରେ ସର୍ବୋଚ୍ଚ ପଦବୀ ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅନ୍ତତଃ ପକ୍ଷେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି। ଏଥିପାଇଁ ଆଡଭାନୀଙ୍କୁ ଅଭିନନ୍ଦନ। ଏହା ଉପରେ ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଏହି ଭାରତ ରତ୍ନଙ୍କୁ ଭୋଟ ହାତେଇବା ପାଇଁ ଦିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଶିବସେନା ୟୁବିଟି ମଧ୍ୟ ସ୍ବାଗତ କରିଛି। ତେବେ ବାଲାସାହେବ ଠାକରେ ଏବଂ ସାବରକରଙ୍କୁ ଏହି ସମ୍ମାନ ମିଳି ନ ଥିବା ନେଇ ଦଳ ପ୍ରଶ୍ନ ଉଠାଇଛି।

କଂଗ୍ରେସ ଯୋଗାଯୋଗ ମହାସଚିବ ଜୟରାମ ରମେଶ କହିଛନ୍ତି, ୫ ଏପ୍ରିଲ ୨୦୧୪ ରେ ନରେନ୍ଦ୍ର ମୋଦି ଏବଂ ଲାଲ କୃଷ୍ଣ ଆଡଭାନୀ ଗାନ୍ଧିନଗରରେ ନାମାଙ୍କନପତ୍ର ଦାଖଲ କରିବାକୁ ଯାଉଥିଲେ। ତା’ପରେ ଆଡଭାନୀ ଜୀ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଥିଲେ ଯାହାକୁ ଏନେଇ ଏବେ ବି ଚର୍ଚ୍ଚା ହେଉଛି। ସେ କହିଥିଲେ ନରେନ୍ଦ୍ର ମୋଦି ମୋର ଶିଷ୍ୟ ନୁହନ୍ତି, ସେ ମୋର ସହକର୍ମୀ ନୁହନ୍ତି, ସେ ଜଣେ ଭଲ କାର୍ଯ୍ୟକ୍ରମ ପରିଚାଳକ। ୨୦୦୨ରେ ଆଡଭାନୀ ଜୀ ନରେନ୍ଦ୍ର ମୋଦିଙ୍କୁ ବଞ୍ଚାଇଥିଲେ ଏବଂ ୨୦୧୪ରେ ଆମ ପ୍ରଧାନମନ୍ତ୍ରୀଙ୍କ ପ୍ରକୃତ ଚେହେରା ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିଥିଲେ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ମୁମ୍ବାଇ,୨୩।୧୦: ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି।...

ମଦ ଉପରେ ୩୪ ବର୍ଷର ପୁରୁଣା ନିଷ୍ପତ୍ତି ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧୦: ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ କେନ୍ଦ୍ରର ଅଧିକାରକୁ ୮:୧ ଅନୁପାତରେ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ବୁଧବାର...

ନଭେମ୍ବର ୪ରେ ଆରମ୍ଭ ହେବ ଜମ୍ମୁ-କଶ୍ମୀର ବିଧାନସଭା ଅଧିବେଶନ, ଭାଜପାକୁ ମିଳିପାରେ ଉପ ବାଚସ୍ପତି ପଦ

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ନଭେମ୍ବର ୪ରୁ ଆରମ୍ଭ ହେବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଙ୍ଗଳବାର ଅଧିବେଶନ ନେଇ ଘୋଷଣା କରିଛନ୍ତି। ଲେଫ୍ଟନାଣ୍ଟ...

ସୁପ୍ରିୟା ସୁଲେଙ୍କ କଟାକ୍ଷ, ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତିନି ଅଜିତ…

ମୁମ୍ବାଇ,୨୩।୧୦:ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶାସକ ଦଳ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଗାଡି ସିଟ୍‌ ବୁଝାମଣାକୁ...

ବନ୍ଦ ହୋଇଯିବ ସମସ୍ତ ମାଗଣା ସରକାରୀ ଯୋଜନା! ମାଗଣାରେ ମିଳୁଥିବା ରାଶନ ବି….

ନୂଆଦିଲ୍ଲୀ, ୨୩।୧୦: ଦିପାବଳୀ ପୂର୍ବରୁ ସମସ୍ତଙ୍କୁ ଝଟ୍‌କା ଦେବାଭଳି ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ହଁ, ଯଦି ଏହା ଠିକ୍‌ ତେବେ ଶୀଘ୍ର ସମସ୍ତ ମାଗଣା...

ବିସ୍ଫୋରଣରେ ଥରି ଉଠିଲା ରାଜଧାନୀ, ଜଣେ ମୃତ ୩ ଗୁରୁତର

ନୂଆଦିଲ୍ଲୀ,୨୩।୧୦: ସକାଳୁ ସକାଳୁ ଏକ ବିସ୍ଫୋରଣ ରାଜଧାନୀ ଦିଲ୍ଲୀକୁ ଥରାଇ ଦେଇଛି। ବୁଧବାର ସକାଳେ ଦିଲ୍ଲୀର ବସନ୍ତ କୁଞ୍ଜରେ ଏକ ଘରେ ହଠାତ୍‌ ବିସ୍ଫୋରଣ ଘଟିଥିଲା।...

କଂଗ୍ରେସକୁ ବଡ଼ ଅଫର୍‌ ଦେଲେ ଅଖିଳେଶ: ସମାଧାନ ହୋଇଯିବ କଳି

ଲକ୍ଷ୍ନୌ,୨୩।୧୦: ଉତ୍ତରପ୍ରଦେଶରେ ବିଧାନସଭା ଉପ-ନିର୍ବାଚନରେ ଆସନ ବାଣ୍ଟିବା ନେଇ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏପର୍ଯ୍ୟନ୍ତ ଏକମତ ହୋଇନାହିଁ। ଦୁଇ ଦଳ ମଧ୍ୟରେ କ୍ରମାଗତ...

୫ ବର୍ଷ ପରେ ମହାଁମୁହିଁ ହେବେ ମୋଦି-ଜିନ୍‌ପିଙ୍ଗ: ଦେଖିବ ସାରା ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ ରୁଷର କଜାନରେ ଆୟୋଜିତ ହେଉଛି। ଏହାହା ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆଜି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri