Categories: ଖେଳ

ଫାଇନାଲରେ ପ୍ରଜନେଶ

କ୍ୟାରି (ୟୁଏସ୍‌ଏ), ୧୬ା୧୧-ଚତୁର୍ଥ ସିଡ୍‌ ଭାରତର ପ୍ରଜନେଶ ଗୁଣେଶ୍ୱରନ ନର୍ଥ କାରୋଲିନାରେ ଚାଲିଥିବା କ୍ୟାରି ଚ୍ୟାଲେଞ୍ଜର ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଡେନମାର୍କର ମିକାଏଲ୍‌ ଟର୍ପେଗାର୍ଡଙ୍କଠାରୁ ଓ୍ବାକ୍‌ ଓଭର ପାଇଥିଲେ। ପ୍ରଜନେଶ ଫାଇନାଲରେ ଦ୍ୱିତୀୟ ସିଡ୍‌ ଆମେରିକାର ଡେନିସ କୁଡ୍‌ଲାଙ୍କୁ ଭେଟିବେ। କୁଡ୍‌ଲା ୬-୭ (୮), ୬-୧, ୬-୪ ସେଟ୍‌ରେ ଡାନିଏଲ ଗଲାନଙ୍କୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏହି ଟୁର୍ନାମେଣ୍ଟରେ ଭାଗ ନେଇଥିବା ଭାରତର ଅନ୍ୟ ଜଣେ ଖେଳାଳି ରାମକୁମାର ରମାନାଥନ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରୁ ବିଦାୟ ନେଇ ସାରିଛନ୍ତି।

Share