Advertisement

ବଢିଲା ରେଭାନ୍ନାଙ୍କ ସମସ୍ୟା: ବଳାତ୍କାର ସମୟରେ ମହିଳାଙ୍କ କପଡ଼ାରୁ ମିଳିଥିଲା…ଡିଏନ୍‌ଏ ରିପୋର୍ଟରେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ପୂର୍ବତନ ଏମ୍‌ପି ପ୍ରଜ୍ୱଲ ରେଭାନ୍ନାଙ୍କ ସମସ୍ୟା ବଢିବାରେ ଲାଗିଛି। ମୈଶୁରରେ ଥିବା ତାଙ୍କ ଫାର୍ମ ହାଉସରେ ଜଣେ ଚାକରାଣୀକୁ ବଳାତ୍କାର ମାମଲାର ତଦନ୍ତ କରୁଥିବା କର୍ନାଟକ ପୋଲିସର ଏସଆଇଟି ରେଭାନ୍ନାଙ୍କ ଡିଏନଏ ନମୁନା ମେଳ ଖାଉଛି ବୋଲି ଦାବି କରିଛି।

ରିପୋର୍ଟ ଅନୁଯାୟୀ, ରେଭାନ୍ନାଙ୍କ କେଶ ଏବଂ ଶରୀରର ତରଳ ପଦାର୍ଥର ଡିଏନଏ ନମୁନା ବଳାତ୍କାର ଦିନ ପିନ୍ଧିଥିବା ପୋଷାକ ସହିତ ମେଳ ଖାଇଛି। କର୍ନାଟକ ଫୋରେନସିକର ଏହି ରିପୋର୍ଟ ଜନତା ଦଳ ସେକ୍ୟୁଲାର୍‌ (ଜେଡିଏସ) ନେତାଙ୍କ ବିରୋଧରେ ଯୌନ ଦୁର୍ନୀତି ସମ୍ପର୍କିତ ମାମଲାର ତଦନ୍ତ କରୁଥିବା ଏସଆଇଟିକୁ ହସ୍ତାନ୍ତର କରାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଡିଏନଏ ରିପୋର୍ଟର ଯାଞ୍ଚ ବେଳେ ଉଦ୍ଧାର ହୋଇଥିବା ପୋଷାକରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡିଏନଏ ସହିତ ମେଳ ହୋଇଛି। ଫାର୍ମ ହାଉସରେ ଜଣେ ଚାକରାଣୀକୁ ଯୌନ ନିର୍ଯାତନା ମାମଲାରେ ରେଭାନ୍ନାଙ୍କ ଡିଏନଏ ମ୍ୟାଚ ହୋଇଥିବା ଦାବି କରାଯାଇଛି। କୁହାଯାଉଥିଲା ଯେ, ଝଗଡା ପରେ ପୀଡିତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା, କିନ୍ତୁ ସେ କ୍ୱାର୍ଟରରେ ନିଜ ପୋଷାକ ଛାଡି ଦେଇଥିଲେ। ଖୋଜାଖୋଜି ସମୟରେ ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ ପୋଷାକର ଫୋରେନସିକ ଏବଂ ଡିଏନଏ ପରୀକ୍ଷା କରାଯାଇଥିଲା ଏବଂ ପୀଡିତା ପିନ୍ଧିଥିବା ପୋଷାକ ସହିତ ଅଭିଯୁକ୍ତଙ୍କ ଡିଏନଏ ମେଳ ଖାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share