ପୋଷ୍ୟ ସନ୍ତାନ ଗ୍ରହଣ ସତ୍ତ୍ୱେ ସ୍ତ୍ରୀଙ୍କୁ ଝାଡ଼ପତ୍ର ଦେଇଥିଲେ ଏହି ପ୍ରସିଦ୍ଧ ନିର୍ମାତା

୧୯୫୨ ମସିହା ୨୭ ଫେବୃୟାରୀରେ ବଲିଉଡ୍‌ ଫିଲ୍ମ ନିର୍ମାତା ପ୍ରକାଶ ଝା ବିହାରରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଏହି ଅବସରରେ ତାଙ୍କ ବ୍ୟକ୍ତିଗଜ ଜୀବନ ସମ୍ପର୍କିତ ଜାଣନ୍ତୁ କିଛି କଥା ।

ପ୍ରକାଶ ଏବଂ ଦୀପ୍ତି ନାଭାଲ ୧୯୮୫ରେ ବିବାହ କରିଥିଲେ। ମାତ୍ର ଏହି ବିବାହ ବେଶିଦିନ ପର୍ଯ୍ୟନ୍ତ ତିଷ୍ଟି ନ ଥିଲା। ୨୦୦୨ରେ ପ୍ରକାଶ ଏବଂ ଦୀପ୍ତି ପରସ୍ପାରଠାରୁ ଅଲଗା ହୋଇଯାଇଥିଲେ। ଏହି ଦମ୍ପତି ଏକ କନ୍ୟାକୁ ପେଷା୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଯାହାର ନାମ ଦିଶା। ଛାଡପତ୍ର ପରେ ମଧ୍ୟ ଉଭୟଙ୍କର ବହୁତ ଭଲ ସମ୍ପର୍କ ରହିଛି। ଏକ ସାକ୍ଷାତକାରରେ ଦୀପ୍ତି ପ୍ରକାଶଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ।
ସେ କହିଥିଲେ, ‘ପ୍ରକାଶ ଜୀ ଏବଂ ମୋର କୌଣସି ଝଗଡା ହୋଇ ନ ଥିଲା। ଆମଧ୍ୟରେ କୌଣସି ତିକ୍ତତା ମଧ୍ୟ ନାହିଁ। ଉକ୍ତ ସମୟରେ ଆମେ ଅନୁଭବ କରିଥିଲୁ ଯେ ଆମର ପଥ ଅଲଗା ଅଟେ। ତେଣୁ ଆମେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଲୁ ବୋଲି ସେ କହିଥିଲେ।

Share