Advertisement

ରିଚାଙ୍କ ସମର୍ଥନରେ ବାହାରିଲେ ପ୍ରକାଶ ରାଜ

ବମ୍ବେ: ଗଲଓ୍ବାନ୍‌ ଭ୍ୟାଲି ସମ୍ପର୍କିତ ଟୁଇଟ୍‌ କରି ଟ୍ରୋଲ୍‌ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଚା ଚଡ୍ଢା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର କିଛି କଳାକାର ମଧ୍ୟ ରିଚାଙ୍କ ବକ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହେଲେ କିଛି ତାଙ୍କ ସମର୍ଥନରେ ବାହାରୁଥିବା ଦେଖାଯାଇଛି। ଏହି କ୍ରମରେ ଯୋଡ଼ି ହୋଇଛନ୍ତି ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ। ଅଭିନେତା ଏକ ଟୁଇଟ୍‌ କରି ‘ଆମେ ଆପଣଙ୍କ ସହ ଅଛୁ ରିଚା। ଆମେ ଜାଣୁ ତୁମେ କ’ଣ କହିବାକୁ ଚାହୁଁଛ’ ବୋଲି କହିଛନ୍ତି।

କହିରଖୁଛୁ ଯେ, ଭାରତୀୟ ସେନାର କମାଣ୍ଡର ଲେଫ୍ଟନାଣ୍ଟ ଉପେନ୍ଦ୍ର ଦ୍ୱିବେଦୀ ତାଙ୍କ ବିବୃତ୍ତିରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ପୁଣିଥରେ ନିଜର ଅଧିନକୁ ଆଣିବାକୁ ସରକାରଙ୍କ ଆଦେଶର ଅପେକ୍ଷାରେ ଅଛୁ ବୋଲି କହିଥିଲେ। ଏହାକୁ ନେଇ ରିଚା ଏକ ବିବାଦୀୟ ଟୁଇଟ୍‌ କରିଥିଲେ। ପରେ ଘଟଣାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି। ବିଶେଷକରି ଭାରତୀୟ ସୈନିକଙ୍କ ଶହୀଦକୁ ସେ ପରିହାସ କରିଥିବା ଅଭିଯୋଗ ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share