Categories: ଖେଳ

ଡବଲ୍ସ କ୍ୱାର୍ଟରରେ ପ୍ରକାଶ-ଶିବତେଜ

ଭୁବନେଶ୍ୱର, ୧୧।୪(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭ୍‌ଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହୋଇଛି। ବାଳକ ଡବଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ଭାରତର ପ୍ରକାଶ ଶରନ-ଶିବତେଜ ଶିରଫୁଲେ ଯୋଡ଼ି ଶ୍ରୀଲଙ୍କାର ପି.ଡବ୍ଲ୍ୟୁ.ରୁକୁନାୟକା-ଏମ୍‌.ଡବ୍ଲ୍ୟୁ.ମୁଦିୟାସେଲାଗେଙ୍କୁ ୬-୨, ୭-୬(୨) ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶିବତେଜ ବାଳକ ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ମଧ୍ୟ ପହଞ୍ଚତ୍ଛନ୍ତି। ରାଉଣ୍ଡ ଅଫ୍‌-୩୨ ମ୍ୟାଚରେ ଶିବତେଜ ଶ୍ରୀଲଙ୍କାର ପି.ଡବ୍ଲ୍ୟୁ.ରୁକୁନାୟକାଙ୍କୁ ୬-୧, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟତମ ଭାରତୀୟ ଜୋଆଚିମ ମିକା ଗୁନାଓ୍ବନ ଓ ଇଣ୍ଡୋନେସିଆର ରାଫାଲେଣ୍ଟିନୋ ଅଲି ଡା କୋଷ୍ଟା ଯୋଡ଼ି ଭିଏତନାମର ମିନ୍‌ ଟ୍ରାନ୍‌ ଡୁକ୍‌ ଓ ହୁଇ ହୋଆଙ୍ଗ୍‌ ଭୁଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରି ବାଳକ ଡବଲ୍ସ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ବାଳିକା ସିଙ୍ଗଲ୍ସରେ କାଜାଖସ୍ତାନର ୟେର୍କଝାନ ଝାଣ୍ଟାୟେଭା, ଭିଏତନାମର ନି କ୍ୱାଙ୍ଗ୍‌ ଥି ୟେନ, ତୁର୍କମେନିସ୍ତାନର ଇଲିମା ଗୁସେନୋଭା, ମାଲେସିଆର ଜୁଇ ମ୍ୟାକ, କୋରିଆର ୟେରି ହଙ୍ଗ୍‌, ଉଜବେକିସ୍ତାନର ଇମିଲି କିମ୍‌ ପ୍ରମୁଖ ବିଜୟୀ ହୋଇ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Share