ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା। ବାରବାଟୀ-କଟକ ବିଜେଡିର ବୈଠକ ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ କହିଛନ୍ତି, ଅପରାଧର ଗନ୍ତାଘର ପାଲଟିଛନ୍ତି ମୋକିମ। ସେ ନିଜ ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ଏପରି ଗୋଟି ଚଳାଇଛନ୍ତି। ଯେପରି ନୂଆ ବୋତଲ ଓ ପୁରୁଣା ମଦର କଥା, ଠିକ ସେପରି ଏହି କାର୍ଡ ଖେଳିଛନ୍ତି ମୋକିମ। କଟକର ସ୍ବାଭିମାନ, ଭାଇଚାରା ଓ କଟକିଆ କହୁଥିବା ଲୋକଙ୍କୁ ପଚାରିବାକୁ ଚାହିଁବି ଯେ ମୋକିମ କେଉଁଭଳି କଟକିଆର ଦ୍ୱାହି ଦେଉଛନ୍ତି ଯିଏ କି, ଦୁଇ ଦୁଇ ଥର ବିଧାୟକ ହେବା ନେଇ ଅଯୋଗ୍ୟ ଘୋଷଣା କରାଯିବା ଏବଂ ଆପରାଧିକ ମାମଲାରେ ସୁପ୍ରିମକୋର୍ଟ ରାୟ ସ୍ଥଗିତ ନ କରିବା ପରେ ମଧ୍ୟ ଏଥିରୁ ନ ଓହରି ମହିଳା କାର୍ଡ଼ ଖେଳୁଛନ୍ତି। ଗଣତନ୍ତ୍ରରେ ଏହା ଶୋଭନୀୟ ନୁହେଁ। ପୂର୍ବ ନିର୍ବାଚନରେ ମୋକିମଙ୍କ ପାଇଁ ତାଙ୍କ ଝିଅ ପ୍ରଚାର କରୁଥିଲେ। ତେଣୁ ସେ ସମୟରେ ଡବଲ ଇଞ୍ଜିନ କାମ କରୁଥିଲା। ସେତେବେଳେ ବଡ଼ ଇଞ୍ଜିନ ପଛରେ ଛୋଟ ଇଞ୍ଜିନ କାମ କରୁଥିଲା। ହେଲେ ଏବେ ଓଲଟା ହୋଇଛି। ଛୋଟ ଇଞ୍ଜିନ ପଛରେ ବଡ଼ ଇଞ୍ଜିନ କାମ କରିବ। ଏଥିରେ କୌଣସି ତଫାତ୍‌ ନାହିଁ ବୋଲି ପ୍ରକାଶ କହିଛନ୍ତି। ଏହି କଟାକ୍ଷକୁ ନେଇ କଟକ ରାଜନୀତି ସରଗରମ ହୋଇଛି। ଉଲ୍ଲେଖଥାଉ କି, ମଙ୍ଗଳବାର ମୋକିମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପ୍ରକାଶ ବେହେରା କଂଗ୍ରେସରେ ଥିବା ସମୟରୁ ତାଙ୍କ ସହ ସମ୍ପର୍କ ରହିଛି। ଏପରିକି ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଭଲ। ହେଲେ ପ୍ରକାଶ କଟକିଆ ନୁହନ୍ତି। ଅନ୍ୟପକ୍ଷରେ ବ୍ୟକ୍ତିଗତ ସମ୍ପର୍କ ଓ ରାଜନୀତି ସମ୍ପର୍କ ପ୍ରସଙ୍ଗ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ତେବେ ଏନେଇ ମୋକିମଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ

ଝରିଗାଁ,୧୮ା୪(କିଶୋର ଚନ୍ଦ୍ର ମଣ୍ଡଳ): କାଳବୈଶାଖୀ ପ୍ରଭାବରେ ଝରିଗାଁ ସଦରମହକୁମାସ୍ଥିତ ଶିରାଗୁଡ଼ା ସାହିଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି...

ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ): ଭବାନୀପାଟଣା ତାରିଣୀ ମନ୍ଦିର ରୋଡ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ଶୁକ୍ରବାର କଳାହାଣ୍ଡି ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। କଳାହାଣ୍ଡି...

ଘର ପୋଡି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

ଧରାକୋଟ,୧୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ଡାକିବଜା ଗ୍ରାମରେ ଶଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାରର ୧୧...

ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ/ବିପିନ ଦାସ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଣସଡିହା ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ...

ଭାଉଜଙ୍କ ସୁନା ଗହଣା ଚୋରି କରିବା ଦିଅରଙ୍କୁ ପଡ଼ିଲା ମହଙ୍ଗା

ଜୟପୁର,୧୮।୪ (ପବନ ପାଣିଗ୍ରାହୀ): ଭାଉଜଙ୍କ ସୁନା ଗହଣା ଚୋରି ଅଭିଯୋଗରେ ଜୟପୁର ସଦର ପୋଲିସ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ...

Dream11: ଆପଣ ବି ଅନଲାଇନ ଗେମ୍‌ ଖେଳି ଜିତିପାରିବେ ୩କୋଟି ଟଙ୍କା ଆଉ ମହିନ୍ଦ୍ରା ଥାର୍‌, ଜାଣନ୍ତୁ ଟ୍ରିକ୍‌

ଆଜିର ଡିଜିଟାଲ ଯୁଗରେ ଅନଲାଇନ ଫ୍ୟାନ୍ଟାସି ସ୍ପୋର୍ଟସ ଗେମ ଭାରତରେ ବେଶ ଲୋକପ୍ରିୟ ହୋଇଛି। ତେବେ Dream11 ଡ୍ରିମ ୧୧ ହେଉଛି ଏକ ଏପରି ପ୍ଲାଟଫର୍ମ,...

Tahawwur Rana: ପ୍ରଥମେ ମାଗିଲେ ପେନ-ପେପର-କୁରାନ, ଏବେ ଡିମାଣ୍ଡ କରୁଛନ୍ତି ନନଭେଜ…

ନୂଆଦିଲ୍ଲୀ,୧୮।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ NIA ନିରନ୍ତର ପଚରାଉଚରା କରୁଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତହଉର ରାଣା ତାଙ୍କ...

ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ

କୋରାପୁଟ,୧୮ା୪(ଅମିତାଭ ବେହେରା): କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟର ପୁଣିଥରେ ନାଁ ବଦଳିଛି। ଗତ ୧୬ ତାରିଖରେ ଏହାକୁ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସରକାରୀ ଡିଏଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image