ମୁଁ ନିଶ୍ଚିତ ଯେ ଠିକ୍‌ ରାସ୍ତାରେ ଅଛି: ପ୍ରକୃତି ମିଶ୍ର

ଭୁବନେଶ୍ୱର,୨୩।୭: ଗୋଟିଏ ପଟେ ଓଲିଉଡ୍‌ ଅଭିନେତା ବାବୁସାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଥିବା କଥା ପଦାକୁ ଆସିଥିବା ବେଳେ ଅପରପକ୍ଷେ ପରସ୍ପରକୁ ଭଲ ବନ୍ଧୁ ବୋଲି କହୁଛନ୍ତି ଦୁହେଁ। ଏଭଳି ସ୍ଥିତିରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି କିନ୍ତୁ ତାହା ମିଛ। ଉଭୟ ଏକାଠି ରହୁଥିବା କହିଛନ୍ତି। ଏବେ ଉଭୟଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥାନାରେ ମଧ୍ୟ ପହଞ୍ଚିସାରିଲାଣି। ପ୍ରଥମେ ଅଭିନେତ୍ରୀଙ୍କ ମା’ବାପା ଆଉ ଏବେ ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂଙ୍କ ସହ ଥାନାରେ ଅଭିଯୋଗ କରିଛନ୍ତି। ଏସବୁ ମଧ୍ୟରେ ପ୍ରକୃତି ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଚର୍ଚ୍ଚାରେ।

ସେ ପୋଷ୍ଟ କରି କହିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ୱ ଥାଏ। ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସ କରୁଛୁ ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ। ମୁଁ ଏବଂ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରିଥିଲୁ। ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ବାବୁସାନଙ୍କୁ ନିଯ୍ୟାତନା ଦେବା ସହ ମୋତେ ଅତର୍କିତ ଭାବେ ଶାରୀରିକ ଏବଂ ମାନସିକ ଆଘାତ ଦେଇଥିଲେ। ତାଙ୍କ ସ୍ତ୍ରୀଙ୍କ ଏଭଳି ବ୍ୟବହାର ମୋ’ ପକ୍ଷରେ ଆଦୌ ଗ୍ରହଣୀୟ ନୁହେଁ। ଯାହା ହେଉନା କାହିଁକି ମୁଁ ନିଶ୍ଚିତ ଯେ ଠିକ ରାସ୍ତାରେ ଅଛି। ଆଇନ ଉପରେ ମୋର ପୂରା ଭରସା ରହିଛି। ଆଗାମୀ ପରିସ୍ଥିତିକୁ ଧୌର୍ଯ୍ୟ ଏବଂ ସାହସର ସହ ସାମ୍ନା କରିବାକୁ ଆପଣଙ୍କର ସ୍ନେହ, ଶ୍ରଦ୍ଧା ଏବଂ ସମର୍ଥନର ଆବଶ୍ୟକତା କରୁଛି ବୋଲି ସେ ଲେଖିଛନ୍ତି। ପୋଷ୍ଟରେ ସେ ‘ଦ ଶୋ’ ମଷ୍ଟ ଗୋ’ ଅନ୍‌’ ବୋଲି କ୍ୟାପଶନରେ ଲେଖିଥିବା ଦେଖିବାକୁ ମିଳିଛି।

Share