Categories: ଜାତୀୟ

ରାହୁଲଙ୍କ ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ,୨୩ ।୧୧: ଭାରତ-ଚାଇନା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଥିବା ବେଳେ ଏବେ ତାଙ୍କର ଏକ ଟୁଇଟ୍‌ର ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସେ କହିଛନ୍ତି ଯଦି ଚାଇନା ଭାରତର କିଛି ଅଂଶ ଦଖଲ କରିଛି ତେବେ ଏଥିପାଇଁ କଂଗ୍ରେସ ଦଳ ଦାୟୀ । କାରଣ ୧୯୬୨ରେ ଏହାର ଭୁଲ ପଲିସି ଯୋଗୁ ଏଭଳି ଘଟଣା ଘଟିଛି । ତେଣୁ ଏହାକୁ ନେଇ ରାହୁଲ ଗାନ୍ଧୀ ଓ କଂଗ୍ରେସ ପ୍ରଶ୍ନ ଉଠାଇବା ଅନୁଚିତ । ସେମାନେ ପ୍ରଥମେ ନିଜ ଦଳକୁ ସଜାଡନ୍ତୁ ତା’ପରେ ଅନ୍ୟକଥା ଚିନ୍ତା କରିବେ । ସୂଚନାଯୋଗ୍ୟ, ଗତ ମେ’ ମାସରୁ ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବା ବେଳେ ଉଭୟ ପକ୍ଷର ସେନା ପଛକୁ ଘୁଞ୍ଚିବାକୁ ରାଜି ହେଉ ନାହାନ୍ତି । ଫଳରେ ବେଳକୁ ବେଳ ସୀମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଛି ।

Share