ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର,୨୦ା୯: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ ହେବେ ବୋଲି ବୁଧବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ପ୍ରମିଳା ଆସନ୍ତାକାଲି ପ୍ରାର୍ଥତ୍ପତ୍ର ଦାଖଲ କରିବେ। ୨୨ ତାରିଖ (ଶୁକ୍ରବାର) ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ବିଞ୍ଝାରପୁରରୁ ୬ ଥର ବିଧାୟିକା ହୋଇଛନ୍ତି।

ସୂଚନାଯୋଗ୍ୟ, ବିକ୍ରମ ଆରୁଖ ଅର୍ଥମନ୍ତ୍ରୀ ହେବା ପରେ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା।

Share