ତାତିଲେ ପ୍ରମିଳା: କହିଲେ ଭାଜପା କେବଳ ବାହାସ୍ଫୋଟ…

ଭୁବନେଶ୍ୱର,୫।୮: ଭାଜପା ବିଧାୟକ ଅଶୋକ ମହାନ୍ତିଙ୍କ ବିସ୍ଫୋରକ ବୟାନ ପରେ, ଏହାର ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ତେବେ ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାଜପା  ବିଧାୟକ ଅଶୋକ ମହାନ୍ତି କହିଥିଲେ, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଓ ବିଧାୟକମାନେ ଭାଜପା ସହ ଯୋଗାଯୋଗରେ ଅଛନ୍ତି । ସେ କହିଛନ୍ତି, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ବିଜେଡି ଛିଡୁଛି ଏବଂ ଭାଜପା ରାଜ୍ୟରେ ବଢୁଛି। ବହୁତ ଲୋକ ବିଜେଡି ଛାଡି ଭାଜପାରେ ମିଶିବାକୁ ଚାହୁଁଛନ୍ତି। ଅନେକ ନେତା ଲାଇନରେ ଅଛନ୍ତି। ଯେଉଁ ନେତାମାନଙ୍କୁ ବିଜେଡି ସେଠି ଅଣଦେଖା କରିଛି, ସେହିଭଳି କିଛି ନେତୃବୃନ୍ଦ ଖୁବ ଶୀଘ୍ର ବିଜେଡି ଛାଡି ଭାଜପାରେ ଯୋଗ ଦେବେ।
ଏହା ପରେ  ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଶୋକ ମହାନ୍ତିଙ୍କ ଏଭଳି ବୟାନର ଉତ୍ତର ରଖି କହିଛନ୍ତି, ଭାଜପା କେବଳ ବାହାସ୍ଫୋଟ ମାରୁଛି । ବିଜେଡି ଦଳ ଏକ ଅଛି । ତେବେ ବିଜେଡିକୁ ଅସ୍ଥିର କରିବା ପାଇଁ ଭାଜପାର ଏ ଯୋଜନା । ବିଜେଡିକୁ ବହୁ ନେତା ଭାଜପା ଓ କଂଗ୍ରେସରୁ ଆସିଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।
ସେହିପରି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେପି ଓ ବିଜେଡିର ଅନେକ ନେତା କଂଗ୍ରେସକୁ ଫେରିବେ । ଆଘକୁ ଉଭୟ ଦଳର ନେତା କଂଗ୍ରେସକୁ ଫେରିବେ ବୋଲି କହିଛନ୍ତି ତାରା ବାହିନୀପତି ।
Share