ବନ୍ୟା ସ୍ଥିତିର ସମୀକ୍ଷା କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ୧୦ ଜିଲା ଏବେ ପାଣି ଘେରରେ ଅଛନ୍ତି। ନଦୀଗୁଡିକ ବିପଦସଙ୍କେତ ଟପିଥିବା ବେଳେ ବିଭିନ୍ନ ସ୍ଥାନରେ ଘାଇ ମଧ୍ୟ ସୃଷ୍ଟି ହୋଇଛି। ଯାହାକୁ ନେଇ ବୁଧବାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବନ୍ୟା ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।

Share